ପ୍ରଶାସନ ପାଳିଲାନାହିଁ ନିଜ ଉଦ୍ୟମରେ ପ୍ରେସ କ୍ଲବ ପାଳିଲା
କରଞ୍ଜିଆ ପ୍ରେସକ୍ଲବ ପକ୍ଷରୁ ୫୭ ତମ ଜାତୀୟ ପ୍ରେସ ଦିବସ ପାଳିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଶନିବାର ଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ୫୭ ତମ ଜାତୀୟ ପ୍ରେସ ଦିବସ ପୂର୍ବରୁ ସରକାରୀ ଭାବେ ଜାତୀୟ ପ୍ରେସ ଦିବସ ପାଳନ ହେଉଥିବା ବେଳେ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଚଳିତ ବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହାକୁ ଉପଖଣ୍ଡ ସ୍ତରରେ ପାଳନ ନହୋଇ ଜିଲ୍ଲାସ୍ତର ରେ ପାଳିତ ହୋଇଛି କିନ୍ତୁ ପରମ୍ପରା କୁ ବଜାୟ ରଖିବାକୁ ଯାଇ ଏହି ଅବସରରେ କରଞ୍ଜିଆ ପ୍ରେସ କ୍ଳବ ପକ୍ଷରୁ କ୍ଳବର ନିଜସ୍ୱ ଉଦ୍ୟମ ରେ କରଞ୍ଜିଆ ସୂଚନା ପାଠାଗାର ଠାରେ କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା ଙ୍କ ଆବାହକତ୍ୱ ରେ ଆୟୋଜିତ ହୋଇଯାଇଛି କରଞ୍ଜିଆ ପ୍ରେସ କ୍ଲବ ସଭାପତି ଧରଣୀଧର ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ସହକାରୀ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ, ସ୍ୱତନ୍ତ୍ର ଅତିଥି ରୂପେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିଥି ଭାବେ ପ୍ରେସ କ୍ଲବ ର ଆଇନ ପରାମର୍ଶଦାତା ତଥା କରଞ୍ଜିଆ ଓକିଲସଙ୍ଘ ର ସମ୍ପାଦକ ଦିବ୍ୟପ୍ରସାଦ ସାହୁ, ମୁଖ୍ୟବକ୍ତା ଭାବେ ପଞ୍ଚାପୀଢ ପ୍ରେସ କ୍ଲବ ସଭାପତି ଉମାଶଙ୍କର ଦାସ ଯୋଗଦେଇଥିଲେ
ଏହି ସଭାରେ ସାମ୍ପ୍ରତିକ ପରିସ୍ଥିତି ରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା କରାଯାଇଥିଲା
ବୈଠକ ରେ ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମିଶ୍ର, ଗୌରୀଶଙ୍କର ସିନ୍ହା, ବିନ୍ଦୁସାର ଦାସ,ତନ୍ମୟ ଦାସ ଓ ଅନ୍ୟ ସାମ୍ବାଦିକ ମାନେ ନିଜ ନିଜ ଭାବନା ପରିପ୍ରକାଶ କରିଥିଲେ
ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଜିତେନ୍ଦ୍ର ରାଜ, ଭାଗବତ ଚନ୍ଦ୍ର ଦାସ,ଦିନେଶ ଦାସ, ପାର୍ଥପ୍ରସନ୍ନ ମିଶ୍ର,କବିତା ମହାନ୍ତ, ସମାଜସେବୀ ଇଂ ମନୋଜ ସେଠୀ, ଆଇନୀଜୀବୀ ଯୋଗମୋହନ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ରେ ଉପଖଣ୍ଡ ର ବହୁ ସଂଖ୍ୟାରେ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ.