ପ୍ରଶାସନ ବୁଝିଲାନି ଦୁଃଖ, କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତାର ହାତ ବଢାଇଲା ବିପଦର ବନ୍ଧୁ ସ୍ବେଚ୍ଛା ସେବୀ ଅନୁଷ୍ଠାନ

ମୋହନା, (ଅଂଶୁମାନ ପଣ୍ଡା):କ୍ଷତିଗ୍ରସ୍ତ ପରିଵାରଙ୍କୁ ଭେଟିଲେ ବିପଦର ବନ୍ଧୁ ସ୍ବେଚ୍ଛା ସେବୀ ଅନୁଷ୍ଠାନର ସଦସ୍ୟ । ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡ଼ମା ଗାଁରେ ଗତ ଦୁଇଦିନ ପୂର୍ବରୁ ଲଗାଣ ବର୍ଷାରେ ଗଛ ପଡି ୩ ପବିବାରଙ୍କ ୫ ଗୋଟି ଘର ସମ୍ପୂର୍ଣ୍ଣ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ୩ ପରିବାରଙ୍କୁ ଗୋଟିଏ ଲେଖାଏଁ ପଲୋଥିନ ଦେଇ କାମ।ସାରି ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଗୋଟିଏ ବସ୍ତା ଚାଉଳ ଦେଇଛନ୍ତି। ଘଟଣାରେ ୫ ଜଣ ଆହତ ହୋଇ ନିକଟସ୍ଥ ଚନ୍ଦ୍ରପୁର ମେଡ଼ିକାଲରେ ଚିକିତ୍ସିତ ହୋଇ ଗାଁକୁ ଫେରିବା ପରେ ଏବେ ସ୍ଥାନୀୟ ରାଜୀବଗନ୍ଧି ସେବା କେନ୍ଦ୍ରରେ ରହିଛନ୍ତି । ଏବେ ବି କିଛି ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇନ ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ଭଲ ମନ୍ଦ ବୁଝିନାହାନ୍ତି। ଏଭଳି ସ୍ଥିତିରେ ଅଡ଼ବାର ଯୁବ ଗୋଷ୍ଠୀ ଦ୍ୱାରା ସଂଙ୍ଗଠିତ ବିପଦର ବନ୍ଧୁ ସ୍ବେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ୭ ଜଣ କର୍ମୀ ସେମାନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ସେମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଇଛନ୍ତି ନିଜ ଗ୍ରାମ ରୁ ଗାଡ଼ି ଯୋଗେ ଆଣି ମୋହନା ମେଡିକାଲ ରେ ଚିକିତ୍ସା କରାଇବା ସହ ଏକ୍ସରା କାଡି ଔଷଧ ପତ୍ର ଦେଇଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ