ପ୍ରଶାସନ ର ଅଣଦେଖା ରେ ଚାଲି ଗଲା ନିରୀହ ଜୀବନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଏହି ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ପଥରା ପଲି ଗ୍ରାମରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ପ୍ରମୋଦ କୁମାର ନାୟକ (୪୪ ) ଗତ କିଛି ଦିନ ତଳେ ଜର ରେ ପୀଡ଼ିତ ଥିଲେ। ବର୍ତ୍ତମାନ ସରକାରଙ୍କ କୋରନା ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଘରୋଇ ଡାକ୍ତରଖାନା ବନ୍ଦ କରିଥିବା ଯୋଗୁଁ ଉକ୍ତ ବ୍ୟକ୍ତି ଜଗନ୍ନାଥ ପ୍ରଶାଦ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇଥିଲେ। ସେଠାରେ ତାଙ୍କୁ ପ୍ରଥମେ କୋଭିଡ଼ ସ୍ୱାବ ଟେଷ୍ଟ କରିବାକୁ କୁହାଯାଇଥିଲା। କିନ୍ତୁ ସେଠାରେ ପ୍ରଥମେ କିଛି ଔଷଧ ଦେଇ ଘରକୁ ପଠାଇ ଦିଆଯାଇଥିଲା। ଉକ୍ତ ଔଷଧ ଖାଇବା ଦ୍ୱାରା ପୀଡିତ ଙ୍କ ଜ୍ଵର ଭଲ ନ ହୋଇଥିବାରୁ ସେ ବିଡ଼ିଓ ଙ୍କୁ ବାରମ୍ବାର ଫୋନ ଯୋଗେ ଜଣାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଡ଼ିଓ ମହାଶୟ ନିଜର ଫୋନ ନ ଉଠାଇ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥିବାରୁ କତ୍ତୃପକ୍ଷ ଙ୍କୁ ଜଣାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ତାଙ୍କ ନିଜ ଭଣଜା ନାଚିକେତ ପ୍ରଧାନ ଜାଣିବା ପରେ ସେ ୧୦୮ କୁ ଯୋଗା ଯୋଗ କରିଥିଲେ। କିନ୍ତୁ କୋରନା ଭୟରେ କୌଣସି ଆମ୍ବୁଲାନ୍ସ ଆସିବାକୁ ମନା କରି ଦେଇଥିଲେ। ଆଜି ସକାଳେ ତାଙ୍କୁ ଏକ ଅଟୋରେ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ଅଣାଯାଇଥିଲା। ଉକ୍ତ ବ୍ୟକ୍ତି ଙ୍କର କୋରନା ପଜିଟିଭ ବା ନେଗେଟିଭ ସାଟିପିକେଟ ମାଗିଥିଲେ ମେଡିକାଲ କତ୍ତୃପକ୍ଷ । ତାଙ୍କ ପାଖରେ କୌଣସି ପ୍ରମାଣ ପତ୍ର ନଥିବା ଯୋଗୁଁ କୌଣସି ଡାକ୍ତର ଚିକିତ୍ସା କରିନଥିଲେ। ତେଣୁ ତାଙ୍କର ମୃତ୍ୟୁ ଘଟି ଯାଇଛି। ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ? ଯଦି କୌଣସି ବ୍ୟକ୍ତି ଙ୍କର କୋଭିଡ଼ ଟେଷ୍ଟ କରାଯାଏ ତେବେ ପ୍ରମାଣ ପତ୍ର ଦିଆ ଯାଉନି କାହିଁକି । ହୁଏତ କିଛି ପ୍ରମାଣ ପତ୍ର ଥିଲେ ନିରୀହ ଲୋକ ଟି ବଞ୍ଚି ପାରି ଥାନ୍ତେ