ପ୍ରଶାସନ ର ସହାୟତା ଅପେକ୍ଷା ରେ ଚାଲି ଚାଲି ଆସିଥିବା ପ୍ରବାସୀ ଶ୍ରମିକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ମହାମାରୀ ପାଇଁ ଶ୍ରମିକ ମାନେ ନାନାଦି ପ୍ରକାର ଅସୁବିଧାର ସମୁଖୀନ ହୋଇ କିଏ ବସ ଟ୍ରେନ ଯୋଗେ ତ କିଏ ଚାଲି ଚାଲି ଓ ସାଇକେଲ ଯୋଗେ ନିଜ ନିଜର ଭିଟାମାଟିକୁ ଫେରୁଛନ୍ତି। ସେହିପରି ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହଳଦିଆପଦର ରୁ ବାହାରି ଉତ୍ତରପ୍ରଦେଶର ୧୩ଜଣ ଶ୍ରମିକ ଚାଲି ଚାଲି ଭଞ୍ଜନଗର ସହର ଅତିକ୍ରମ କରି ଆସୁଥିବା ବେଳେ ମୁଜାଗଡ଼ ରାସ୍ତାରେ ସରପଞ୍ଚ ଶିବ ଶଙ୍କର ପ୍ରଧାନ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ଆଲୋଚନା କରିଥିଲେ।ଏଥିସହିତ ନିଧିଆପଲି ସ୍କୁଲରେ ଆଶ୍ରୟ ଦେଇଛନ୍ତି ଓ ରାତ୍ରି ଭୋଜନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପ୍ରକାଶ ଯେ ହଳଦିଆପଦର ରେ ରହି ଏହି ଶ୍ରମିକ ମାନେ ଦିନ ମଜୁରିଆ ଭାବେ କାମ କରୁଥିଲେ ହେଲେ ଲକ୍ ଡାଉନ ଯୋଗୁଁ କାମଧନ୍ଦା ସବୁ ବନ୍ଦ ହୋଇଯିବାରୁ ଅନ୍ୟ କୌଣସି ଉପାୟ ନପାଇ ଚାଲି ଚାଲି ଆସିବାକୁ ସ୍ଥିର କରି ବାହାରିଥିଲେ। ହେଲେ ବାଟରେ ଆସିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହାୟତା କରାଯାଇନଥିବା ଜଣାପଡିଛି। ଅପରପକ୍ଷରେ ଶ୍ରମିକ ମାନେ କହିଛନ୍ତି ଯେ ଉତ୍ତରପ୍ରଦେଶ ଚାଲି ଚାଲି ଯିବାକୁ ସେମାନେ ବର୍ତ୍ତମାନ ଅକ୍ଷମ ତେଣୁ ପ୍ରଶାସନ ତରଫରୁ ସେମାନଙ୍କୁ ଯିବା ପାଇଁ କୌଣସି ବ୍ୟବସ୍ଥା କରିବା ଅପେକ୍ଷା ରେ ସେମାନେ ଆଶାବାଦୀ ଅଛନ୍ତି l


