ପ୍ରଶାସନ ଶୁଣିଲେନି ଗ୍ରାମ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ପ୍ରଶାସନକୁ ଗୁହାରି କରି ନିରାଶ ହେଲେ ଶେଷରେ ଗ୍ରାମର ହିତ ପାଇଁ ଗ୍ରାମ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ l ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତ ର ବୁଡ୍ରିଙ୍ଗ୍ ଗ୍ରାମରେ, ସୂଚନା ପ୍ରକାରେ ୨୦୨୨-୨୩ ଆର୍ଥିକ ବର୍ଷ ରେ ଲେଖାରୀପଟା ଗ୍ରାମ ଠାରୁ ବୁଡ୍ରିଙ୍ଗ୍ ଗ୍ରାମ ଦେଇ ଡେଙ୍ଗାସଖାଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହୋଇଥିଲା l ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହନ ଯାତାୟତ କରେ l ମୋହନା ସହର କୁ ଯିବା ପାଇଁ ମୋହନା ବ୍ଲକ ସମେତ ଆର. ଉଦୟଗିରି ବ୍ଲକ ର କିଛି ଗ୍ରାମ ର ଲୋକ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି, କିନ୍ତୁ ଗ୍ରାମ ମଧ୍ୟ ଭାଗ ଦେଇ ରାସ୍ତା ଟି ଯାଇଥିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି ଗ୍ରାମ ର ଜନସାଧାରଣ, ବିଶେଷ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି ସ୍କୁଲ ଏବଂ ଅଙ୍ଗନୱାଡି କୁ ପାଠ ପଢିବା ପାଇଁ ଯାଉଥିବା ଛୋଟ ଛୋଟ ଛାତ୍ରଛାତ୍ରୀ l ତେଣୁ ଗ୍ରାମ ମଧ୍ୟଦେଇ ଯାଇଥିବା ରାସ୍ତା କୁ ଗ୍ରାମ ର ସ୍କୁଲ ପଛ ଭାଗ ରୁ ନେଇ ଗ୍ରାମ ବାହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ରେ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ l ଯାହା ଫଳରେ ଗ୍ରାମ ମଧ୍ୟରେ ଲୋକେ ସୁବିଧାରେ ରେ ଯା ଆସ କରିପାରିବେ ଏବଂ ଗ୍ରାମ ମଧ୍ୟରେ ହେଉଥିବା ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ l ଏନେଇ ଜ଼ିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିକଟରେ ଲୋକେ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା l ଫଳରେ ବାଧ୍ୟ ହୋଇ ଲୋକେ ଗ୍ରାମ ବୈଠକ କରି ନିଜ ଗ୍ରାମ ପାଣ୍ଠି ରେ ଗଛିତ ଅର୍ଥ ରାଶି ରୁ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଛନ୍ତି ଗ୍ରାମର ମୁଖିଆ ଭଗବାନ ନାୟକ, ଅଧିକାରୀ କପିଳ ନାୟକ, କୋଷାଧ୍ଯକ୍ଷ ଫିଲିଫ ନାୟକ, ପେଦ୍ର ବେହେରା, ଅମିତ କୁମାର ବେହେରା, କୁଳକାନ୍ତ ନାୟକ, ରାଧାକାନ୍ତ ନାୟକ, ଖ୍ରୀଷ୍ଟଚନ୍ଦ୍ର ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଦୟାନିଧି ନାୟକ, ଦେବରାଜ ନାୟକ ପ୍ରମୁଖ ଗ୍ରାମବାସୀ l ଜେସିବି ମେସିନ ସାହାଯ୍ୟ ରେ ପାହାଡ଼ କାଟି ଲୋକେ ରାସ୍ତା ନିର୍ମାଣ କରିବା ସହ ଉକ୍ତ ରାସ୍ତା କୁ ଗ୍ରାମ ବାହାରେ ସଂଯୋଗ କରିବେ l ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଯାତାୟତ କରିବା ସହ ଗ୍ରାମବାସିଙ୍କ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ