ପ୍ରଶାସନ ସହ ଆଲୋଚନା ପରେ ଆତ୍ମହୁତିକୁ ସ୍ଥଗିତ ରଖଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ
ଭୁବନେଶ୍ୱର- : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ଯେଉଁ ଆତ୍ମହୁତି ଦେବା ପାଇଁ ଘୋଷଣା କରିଥିଲା ଆଜି ଭୁବନେଶ୍ୱର ଡ଼ିସିପି ଶ୍ରୀଯୁକ୍ତ ଅନୁପ ସାହୁଙ୍କ ଅଧ୍ୟକ୍ଷତାରେ ସଂଘ ସହିତ ଏକ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନାରେ ସଂଘର ପ୍ରମୁଖ ଦାବୀଗୁଡ଼ିକ ଯଥାର୍ଥ ବୋଲି ଶ୍ରୀ ସାହୁ ପ୍ରକାଶ କରିବା ସହିତ ଆଜି ଛୁଟି ଥିବାରୁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ହୋଇପାରି ନଥିଲା । ତେଣୁ ୨୭ ତାରିଖ ସୋମବାର ଦିନ ସରକାରୀସ୍ତରେ ଏକ ଉଚ୍ଚସ୍ତରୀୟ ଆଲୋଚନା କରଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଶାସନ ଓ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ ସଂଘ ଘୋଷଣା କରିଥିବା ୨୬ ଜାନୁୟାରୀ ସମୂହ ଆତ୍ମହୁତିକୁ ସାମୟିକ ଭାବେ ସ୍ଥଗିତ ରଖାଗଲା ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତ । ଉକ୍ତ ଆଲୋଚନାରେ ଜୋନ୍-୧ ଏସିପି ଶ୍ରୀ ମାନସ ଗଡ଼ନାୟକ, କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ସଂଘର ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ, ସୋନାଲି ମହାନ୍ତି, ଲଳିତା ପଣ୍ଡା, ବବିତା ସାହୁ ଓ ଅନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।