ପ୍ରସନ୍ନ କୁମାର ମଲ୍ଲିକ ବିଜୁଜନତା ଦଳର ତିର୍ତ୍ତୋଲ ବ୍ଲକ ଯୁବ ସଭାପତି

ତିର୍ତ୍ତୋଲ, (ଅଭିଷେକତ୍ରିପାଠୀ ): ନୂତନ ବର୍ଷ ଆରମ୍ଭ ପୂର୍ବରୁ ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ବିଭିନ୍ନ ପଦପଦବୀ କୁ ପୂରଣ କରି ଦଳ ନିଜର କାର୍ଯ୍ୟ ଶୈଳୀକୁ ସୁଦୃଢ କରିବା ସହ ସଙ୍ଗଠନକୁ କିଭଳି ଭାବେ ତୃଣ ମୂଳ ସ୍ତରରେ ଲୋକଙ୍କ ସହ ଓ ଲୋକଙ୍କ ପାଇଁ କିଭଳି କାର୍ଯ୍ୟ କରିପାରିବ ଦଳ ପକ୍ଷରୁ ଗତକାଲି ବିଜୁ ଯୁବ ଜନତାଦଳ ସଭାପତି ଭାବେ ଇଂ ପ୍ରସନ୍ନ କୁମାର ମଲ୍ଲିକ ଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି |ପ୍ରସନ୍ନ ମଲ୍ଲିକ ପୂର୍ବ ଛାତ୍ର ଜୀବନରୁ ରାଜନୀତିର ମୋହରେ ପଡ଼ିଥିଲେ ଶେଷରେ ନିଜର ଚାକିରୀ ଜୀବନକୁ ଛାଡି ରାଜନୀତି ରେ ତିର୍ତ୍ତୋଲ ବ୍ଲକ ୪ନମ୍ବର ଜୋନ ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଜିତିବା ପରେ ସେ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଇବ୍ରିସିଂ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ କରିବାସହ ପି: ଏସ ମେମ୍ବର ଭାବେ୨୦୦୭ରୁ ୨୦୧୨ ମସିହା ଦାୟିତ୍ୱ ତୁଲାଇବାସହ ଜିଲ୍ଲା ସ୍ଥାୟୀ କମିଟି ର ଶିକ୍ଷା, କ୍ରୀଡା, ସଂସ୍କୃତି, ର ଅଧକ୍ଷ ଭାବେ କାର୍ଯ୍ୟ କରିଥିଲେ | ତିର୍ତ୍ତୋଲ ବ୍ଲକ ପାଇଁ ପ୍ରସନ୍ନ ଙ୍କ ନାମ ଘୋଷଣା ହେବାପରେ ତିର୍ତ୍ତୋଲ ବ୍ଲକ ଆତ୍ମା କମିଟି ଅଧକ୍ଷ ବସନ୍ତ ମହାପାତ୍ର, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ତପନ ମହାନ୍ତି,ରଶ୍ମି ରଞ୍ଜନ ବିଶ୍ଵାଳ, ସୁକାନ୍ତ ଦାସ, ନିରଞ୍ଜନ ବିଶ୍ଵାଳ, ସୁକାନ୍ତ ସ୍ୱାଇଁ, ଗୌରାଙ୍ଗ ଚରଣ ଦାଶ, ବାବାଜୀ ମାଈତି, ସରପଞ୍ଚ ଦେବଶ୍ରୀ ବନ୍ଦନା ଦାଶ, ତରଜଙ୍ଗା ବିଜେଡି ସଭାପତି ରଣଜିତ ପରିଜା, ଭବେଶ ଚୌଧୂରୀ, ଛାତ୍ରନେତା ଅଭିଷେକ ତ୍ରିପାଠୀ ଓ ବିଭିନ୍ନ ସଂଗଠନ ପ୍ରସନ୍ନ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ