ପ୍ରସନ୍ନ ଦଳବେହେରା ପାଇକ ଜାତିର ଜାଗ୍ରତ ପ୍ରହରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ବିଶିଷ୍ଟ ପାଇକଗୁରୁ ତଥା ନିଖିଳ ଓଡ଼ିଶା ପାଇକ ମହାସଂଘ ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରସନ୍ନ ଦଳବେହେରାଙ୍କର ନିଧନ ଘଟିଛି । ଶ୍ରୀଯୁକ୍ତ ଦଳବେହେରା ଜଣେ ଜଣାଶୁଣା ସମାଜସେବୀ ତଥା ପାଇକଗୁରୁ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ପାଇକ ଆଖଡ଼ାର ଉନ୍ନତି ଦିଗରେ ସମଗ୍ର ଢେଙ୍କାନାଳ ଜିଲ୍ଲା ତଥା ଓଡ଼ିଶାରେ ପାଇକ ଆଖଡ଼ାର ପ୍ରସାର ଓ ପ୍ର•ର ଦିଗରେ ତାଙ୍କର ଥିଲା ଅତୁଳନୀୟ ଅବଦାନ । ସେ ଜଣେ ବିଶିଷ୍ଟ ପାଇକଗୁରୁ ତଥା ତରବାରୀ •ଳନାରେ ସିଦ୍ଧହସ୍ତ ଥିଲେ । ତାଙ୍କର ବିୟୋଗ ପାଇକମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ସରକାରୀ •କିରୀରୁ ଅବସର ପରେ ସେ ପାଇକ ଆଖଡ଼ାର ଉନ୍ନତି ପାଇଁ ଚେଷ୍ଟିତ ଥିଲେ ଏବଂ ଢେଙ୍କନାଳ ଜିଲ୍ଲା ପାଇକ ମହାସଂଘର ସଭାପତି ଥିଲେ । ତାଙ୍କର ନିଧନରେ ଆଜି ଏକ ଶୋକ ସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି । ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସାଧାରଣ ସମ୍ପାଦକ ରମେଶ ସାମଲ, ରାଜ୍ୟ କୋଷାଧ୍ୟ ରଞ୍ଜନ ବଳିୟାରସିଂହ, ପ୍ରଫେସର ଗାୟନ ସାମଲ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ଜିଲ୍ଳା ସଭାପତି ରାଜକିଶୋର ବେହେରା, ଜଗତସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାଏକ, ପୁରୀ ଜିଲ୍ଲା ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ଭୁବନେଶ୍ୱର ଜିଲ୍ଲା ସଭାପତି ଅଜୟ ନାଏକ, ଶ୍ରୀଧର ବଳିୟାରସିଂ, ରାରଜ୍ୟ ସଂଯୋଜକ ପାଇକଗୁରୁ କେଦାର ଦାସ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ରାଜ୍ୟ ଉପଦେଷ୍ଟା ପ୍ରମୋଦ ସାମନ୍ତରାୟ, ଭୀମସେନ ବିଶ୍ୱାଳ, ବିଭୂତି ସ୍ୱାଇଁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ