ପ୍ରସବ ପରେ ଶିଶୁ ପୁତ୍ରକୁ ଛାଡ଼ି ପଳାଇଲା ମା’

ଭୁବନେଶ୍ୱର : କରୋନା କିଭଳି ଲୋକଙ୍କ ସ୍ଥିତି ଓ ମାନସିକତାକୁ ବଦଳାଇ ଦେଇଛି ତାହାର ଏକ ଦୁଃଖଦାୟକ ନଜିର ଦେଖିବାକୁ ମିଳିଛି । ଚାଲିଚାଲି ଘରକୁ ଫେରୁଥିବାବେଳେ ମା’ ବାଟରେ ହିଁ ପ୍ରସବ କରିଥିଲେ । ହେଲେ ପିଲାକୁ ସାଙ୍ଗରେ ନେଇ ଯିବା ସମ୍ଭବପର ନଥିବାରୁ ବାଟରେ ପିଲାକୁ ଛାଡ଼ି ପଳାଇବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ରାଉରକେଲା ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି । ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସାନନୂଆଗାଁ ଠାରେ ପ୍ରସବ ପରେ ମା’ ପିଲାକୁ ଛାଡ଼ି ପଳାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଝାରଖଣ୍ଡରୁ ସେମାନେ ଚାଲିଚାଲି ଛତିଶଗଡ଼ ଅଭିମୁଖେ ଯାଉଥିଲେ । ତେବେ ବାଟରେ ପ୍ରସବ ଯନ୍ତ୍ରଣା ହେବାରୁ ସେଠାରେ ହିଁ ପ୍ରସବ କରିଥିଲେ । ପ୍ରସବ ପରେ ଛୁଆକୁ ସାଥିରେ ନେବାକୁ ସେ ଅସମର୍ଥ ଥିଲେ । ଫଳରେ ପରିତ୍ୟକ୍ତ ଅବସ୍ଥାରେ ପିଲାକୁ ଛାଡ଼ିଦେଇ ପଳାଇଥିଲେ । ଗାଁ ଲୋକ ଶିଶୁପୁତ୍ରକୁ ଉଦ୍ଧାର କରି ଆରଜିଏଚ ହସପିଟାଲରେ ଭର୍ତି କରିଥିଲେ । ପରେ ଚାଇଲଡ଼ ଲାଇନ ପକ୍ଷରୁ ଦିଶାକୁ ହସ୍ତାନ୍ତର କରାଯାଇଛି । ଦାଦନର କରୁଣ ପରିଣତିର ଏଭଳି ବେଦନାଦାୟକ ଦୃଶ୍ୟ ସମସ୍ତଙ୍କୁ ଆଘାତ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ