ପ୍ରସିଦ୍ଧ ଐତିହ୍ୟପୀଠ ମା ରାମଚଣ୍ଡୀ ଙ୍କ ମନ୍ଦିର ପ୍ରତିଷ୍ଠା ନେଇ ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରସିଦ୍ଧ ଐତିହ୍ୟପୀଠ ମା ରାମଚଣ୍ଡୀ ଙ୍କ ମନ୍ଦିର ପ୍ରତିଷ୍ଠା ନେଇ ସପ୍ତ ଯଜ୍ଞ ଆସନ୍ତା 6ତାରିଖ ରୁ ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ମା ଙ୍କ ପୀଠରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି l ମନ୍ଦିର ର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମ ର ଶହ ଶହ ମହିଳା ଓ ପୁରୁଷ, ଯୁବକଙ୍କ ଗହଣରେ ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନି ରେ ଏହି ଶୁଭ ଖୁଣ୍ଟି ସ୍ଥାପନ ହୋଇଛି l ଘୃତଯଜ୍ଞ, ନାମଯଜ୍ଞ ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ଦୀପଯଜ୍ଞ ଏବଂ ଅନ୍ନ ଯଜ୍ଞ କାର୍ଯ୍ୟ ର ସାଲା ଏବଂ ମଣ୍ଡପ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି l ଗଞ୍ଜାମ ଜ଼ିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଙ୍କୁ ମନ୍ଦିର ପକ୍ଷରୁ ଆମନ୍ତ୍ରଣ କରାଯାଇଛି l ଆସନ୍ତା ୭ ତାରିଖରେ ଅନ୍ନଯଜ୍ଞ,ଜ୍ଞାନଯଜ୍ଞ ପାଇଁ ୮ତାରିଖ ରେ ଭାଗବତଭାସ୍କର ଜଗନ୍ନାଥ ପଣ୍ଡା 9ତାରିଖ ଜଗନ୍ନାଥ ଗବେଷକ ଡକ୍ଟର ପ୍ରଳୟ ନାୟକ,୧୦ତାରିଖ ଦେବୀ କଥାବଚକ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ୧୧ତାରିଖ ଦେବୀକଥାବାଚକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ୧୨ତାରିଖ ବେଦଉପନିଷେଦ ବ୍ରାହ୍ମଚାରୀ ଅନୁରାଗ ଚୈତନ୍ୟ ପ୍ରମୁଖ ଜ୍ଞାନ ଯଜ୍ଞ ରେ ସନ୍ଧ୍ୟା ରେ ଯୋଗଦେବେ l ମନ୍ଦିର ବର୍ତ୍ତମାନ ଉତ୍ସବ ମୁଖର ହୋଇଛି l ଆସନ୍ତା କାଲି ମୟୁରଭଞ୍ଜ ର କିଚିଙ୍ଗ ରୁ ପାର୍ଶ୍ୱ ମୂର୍ତ୍ତି ପହଞ୍ଚିବ l ଅତ୍ୟଧୁନିକ ନାମଯଜ୍ଞ କୁଞ୍ଜ ଶାସନପଦର ରୁ ଆସନ୍ତା କାଲି ସ୍ଥାପନ ହେବ l ପ୍ରତିଦିନ ୨୪ଘଣ୍ଟା ପାଇଁ ଅନ୍ନଯଜ୍ଞ ଆସନ୍ତା ୭ତାରିଖ ରୁ ଆରମ୍ଭ ହେବ l ମନ୍ଦିର ନିକଟରେ ରାମଦୋଳି, ମୀନାବଜାର ବସୁଛି l ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ଦିର ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ