ପ୍ରସିଦ୍ଧ ତ୍ରିବେଣୀ ମେଳା ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ସ୍ଥିତ ବୈତରଣୀ କୂଳରେ ଅବସ୍ଥିତ ଅନ୍ୟତମ ଶକ୍ତି ପୀଠ ମା ତାରିଣୀଙ୍କ ତ୍ରିବେଣୀ ମେଳା ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଯାଇଛି। ଆଦ୍ୟ ଦେବୀ ଭାବେ ପୂଜନୀୟ ମା ତାରିଣୀଙ୍କ ପୀଠରେ ଗତ ଚାଳିଶ ବର୍ଷ ଧରି ତ୍ରିବେଣୀ ଅମାବାସ୍ୟା ଠାରୁ ପାଂଚ ଦିନ ଧରି ପୂଜା ପାଳିତ ହୋଇଥାଏ। ଝୁଟଣା ଗ୍ରାମବାସୀଙ୍କ ଦ୍ବାରା ପୂଜା ଉତ୍ସବ ଆୟୋଜନ ହୋଇଥିବା ବେଳେ ଏଥିରେ ଆଖପାଖ ତେସିଙ୍ଗା, ବନ୍ଦାଳମଢିଆଳୀ, ନାଆମୀ,ଶାନସାସନ,ନେରଡା,ରାଜେନ୍ଦ୍ରପୁର ପ୍ରମୁଖ ପଂଚାୟତର ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗଦେଇ ଥାନ୍ତି। ଏହାଛଡା ପଡୋଶୀ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଜନସାଧାରଣ ମାନେ ମଧ୍ୟ ମାଙ୍କ ପୀଠରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ବର୍ଷ ମୁଖ୍ୟ ପୂଜକ ଗଦାଧର ତ୍ରିପାଠୀଙ୍କ ଦ୍ଵାରା ବୈଦିକ ରୀତିରେ ତାରୀଣୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଏହାଛଡା ସହଯୋଗୀ ପୂଜକ ମାନଙ୍କ ପକ୍ଷରୁ ବାର୍ଷିକ ହୋମଯଜ୍ଞ ଆୟୋଜନ ହୋଇଥିଲା। କମିଟି ପକ୍ଷରୁ ପାଂଚଦିନ ଧରି ଅପେରା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ତ୍ରିବେଣୀ ମେଳା ଉତ୍ସବକୁ ମା ତାରିଣୀ ପୂଜା କମିଟିର ସଭାପତି ରତିକାନ୍ତ ରାୟ, ସମ୍ପାଦକ ଅର୍ପ କୁମାର ମହାପାତ୍ର, ଜୟପ୍ରକାଶ ମହାପାତ୍ର,ଅଜୟ ଜେନା, ପ୍ରକାଶ କର, ଦେବେନ୍ଦ୍ର ରାଉତ,ବୁଟୁ ମହାପାତ୍ର, କିଶୋର ରାଉତ ଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।