ପ୍ରସିଦ୍ଧ’ ବାବୋଜୋଳା ପାତା ପରବ’ ଧୁମଧାମରେ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକର ବାଡ଼େଇଯୋଡ଼ା ଗ୍ରାମର ଭଂଜ ଏପିଲ ରାଣାକବ ମାଡଓ୍ବା କ୍ଲବ ଆନୁକୁଲ୍ୟରେ ଗ୍ରାମୀଣ ମହୋତ୍ସବ ‘ବାବାଜୋଲ ପାତା ପରବ’ ଧୁମଧାମରେ ପାଳିତ । ସୂଚନାଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ବଣ, ଜଙ୍ଗଲ,ନଦୀ,ନାଳ ଘେରା ଏହି ଗ୍ରାମର ସ୍ବଛ ଅଭିଯାନ କାର୍ଯ୍ୟକ୍ରମ କେଉଁ ଆବାହମାନ କାଳରୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଆସୁଛନ୍ତି କେହି କହି ପାରୁ ନାହାଁନ୍ତି । ସେତେବେଳେ ସେମାନେ ଶିକ୍ଷିତ ନ ଥିଲେବି ଚିନ୍ତା ଓ ଚେତନାରେ ଉର୍ଦ୍ଧ୍ବରେ ।ସମାଜରେ କୁସଂସ୍କାର, ଅନ୍ଧବିଶ୍ୱାସ, ନିଶାମୁକ୍ତ,ନାରୀ ଶିକ୍ଷା ଓ ସ୍ବଛ ଅଭିଯାନରେ ସେମାନେ ଆଗୁଆ । ମହାତ୍ମାଗାନ୍ଧୀଙ୍କ ସ୍ବଛ ଭାରତ ସ୍ବପ୍ନ, ନରେନ୍ଦ୍ର ମୋଦିଙ୍କ ସ୍ବଛ ଭାରତ ଅଭିଯାନ ଠାରୁ ସେମାନେ ବହୁ ପୂର୍ବରୁ ସ୍ବଛତା କାର୍ଯ୍ୟକାରୀ କରିଛନ୍ତି ।ଯାହାକି ଆଜି ଚର୍ଚ୍ଚାର ବିଷୟ । ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ଥିଲା ଗ୍ରାମ ସ୍ବଛ ହେଉ ।ସବୁଠି ଉତ୍ତମ ପରିବେଶ ହେଉ ।ପରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଛ ଭାରତ ଅଭିଯାନକୁ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରିଥିଲେ । କିନ୍ତୁ ଏହି ଗାଆଁର ସରଳ ଆଦିବାସୀମାନେ ବହୁ ବର୍ଷ ହେଲା ସ୍ବଛ ଅଭିଯାନ ଜାରି ରଖିଛନ୍ତି । ମହାତ୍ମାଗାନ୍ଧୀଙ୍କ ସ୍ବଛ ଭାରତ ବାର୍ତ୍ତା ଏବଂ ନରେନ୍ଦ୍ର ମୋଦୀଙ୍କ ସ୍ବଛ ଭାରତ ଅଭିଯାନ ପୂର୍ବରୁ ନିଜସ୍ବ ଚିନ୍ତାଧାରାରେ ସେହି ଗ୍ରାମବାସୀ ସ୍ବଛ ଅଭିଯାନ ଜାରି ରଖିଛନ୍ତି ଯାହାକି ସାରା ବିଶ୍ବରେ ଆଜି ଚର୍ଚ୍ଚିତ ।ମହା ଶିବରାତ୍ରି ଠାରୁ ୩ ଦିନ ଧରି ଏହି ବାବାଜୋଲ ପାତା ପରବ ପାଳନ କରାଯାଇଛି ।ଗ୍ରାମର ସମସ୍ତ ପରିବାରର ଲୋକେ ଏହି ପରବ ପାଇଁ ମାସକ ପୂର୍ବରୁ ସମସ୍ତେ ପ୍ରସ୍ତୁତ ହୋଇଥାଆନ୍ତି ।ନଦୀ ,ନାଳ ଜଙ୍ଗଲରୁ ମାଟି ଖୋଜି ରଙ୍ଗ ମିଶାଇ ରଙ୍ଗ ତିଆରି କରିଥାନ୍ତି ।ଘର ଦୁଆର ପୋଛାପୋଛି ଓ ଲିପା ଲିପିଲିପି କରିଥାନ୍ତି ।ପରେ ରଙ୍ଗ ଓ ତୂ୍ଳିରେ କାନ୍ଥରେ ବିଭିନ୍ନ ଆକର୍ଷିଣୀୟ ଚିତ୍ର କରିଥାନ୍ତି ।ଗାଁର ଲୋକେ ନିଶାନିବାରଣ ଉପରେ କଟକଣା ଲଗାଯାଇଛି,ଦାଣ୍ଡ ଦୁଆରେ ଡଷ୍ଟବିନ ରଖିଥାନ୍ତି ।ସେଠାରେ ବର୍ଜ୍ୟବସ୍ତୁ ପକାନ୍ତି ।ସୁନ୍ଦର ଫୁଲ ବଗିଚା କରିଥାନ୍ତି ମହାଶିବରାତ୍ରିରେ ଶିବ ପୂଜା କରି ତାଙ୍କ ଆଶୀର୍ବାଦ ନେଇ ତାଙ୍କର ଗ୍ରାମୀଣ ଉତ୍ସବ ପାଳନ କରିଥାନ୍ତି ।ଏହି ଉତ୍ସବକୁ ଦେଖିବାକୁ ସୁଦୂର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆଖପାଖ ଅଂଚଳରୁ ହଜାର ହଜାର ଲୋକେ ଆସନ୍ତି ।ତିନିଦିନ ଧରି ଗାଁ ଉତ୍ସବ ମୁଖର ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ଚନ୍ଦନ ହାଁସଦା,ସଂପାଦକ ସୁନ୍ଦର ମୋ‌ନ ବେଶ୍ୟା, ସାଧାରଣ ସଂପାଦକ କାର୍ତ୍ତିକ ହଁସଦା,ସହ ସଂପାଦକ ଅମର ସିଂ ହେମ୍ବ୍ରମ , ସଦସ୍ୟ ମଧୁସୂଦନ ମାର୍ଣ୍ଡି,ସଦାନନ୍ଦ ଥାନା ଟୁଡୂ,ରୁପେନ୍ଦ୍ର ହାଁସଦା,ବୁଧବାର ଟୁଡୁ ପ୍ରମୁଖ ପରିଚାଳନାରେ ସହଯୋଗସ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ