ପ୍ରସିଦ୍ଧ ଭରତପୁର ଦୋଳମେଲଣ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଶ୍ରୀ ଗୋପାଳଜୀଉ ଏବଂ ଶ୍ରୀଦଧିବାବନଜୀଉଙ୍କ ଦୋଳ ମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖରେ ଏବଂ ସୋମବାର ସୀତାରାମ ମଠ ପଡିଆରେ ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୋଳ ମେଲଣରେ ପ୍ରାୟ ୧୦ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଞ୍ଚି ଥିଲେ । ପ୍ରାୟ ୨ଶହ ବର୍ଷ ପୂର୍ବରୁ ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କୁମାର ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରେ ପାରମ୍ପାରିକ ଲୋକକଳା ଘୋଡାନାଚ, ପାଲା ପ୍ରଭୃତି ପରିବେଷଣ କରାଯାଇ ନାମ ସଙ୍କୀର୍ତ୍ତନ କରାଯାଇଥିଲା । ଏହି ଉତ୍ସବରେ ସୁଘୋଷ କୁମାର ଦାସ, ବିଜୟ କିଶୋର ଦାସ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା, ଅରବିନ୍ଦ ମହାନ୍ତି, ସୁବୋଧ କୁମାର ଦାସ, ବିଭୂତି ଭୂଷଣ ମହାନ୍ତି, ଧରଣୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ