ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆଜି ରାତ୍ରରେ ଭକ୍ତ ପାଳିବେ ମହା ଶିବ ରାତ୍ରୀ ଜାଗର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଭିନ୍ନ ପୌରାଣିକ କିମ୍ବଦନ୍ତୀର ମୁକସାକ୍ଷୀ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ଅବସ୍ଥିତ. ପ୍ରତେକ ବର୍ଷ ମହା ଶିବରାତ୍ରୀର ପୂର୍ବ ରାତ୍ରରେ ମହେନ୍ଦ୍ରଗିରି ଠାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇ ଜାଗର ପାଳିଥାନ୍ତି. ସାରା ଭାରତରେ ମହା ଶିବରାତ୍ରରେ ହିଁ ଭକ୍ତମାନେ ଜାଗର ପାଳିଥାନ୍ତି. ହେଲେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରେ ବହୁ ପୂର୍ବରୁ ଶିବ ରାତ୍ରକୁ ଶିବ ରାତ୍ର ଦିନର ପୂର୍ବ ରାତ୍ରରେ ପାଳନ କରାଯାଏ. ଅର୍ଥାତ ଆଜି ରାତ୍ରରେ ମହେନ୍ଦ୍ରଗିରିରେ ଭକ୍ତମାନେ ଜାଗର ପାଳନ କରିବେ. ଏଥିପାଇଁ ଆଜି ମହେନ୍ଦ୍ରଗିରି ଚଳଚଞ୍ଚଳ ହେବା ସହ ହଜାର ହଜାର ଭକ୍ତ ମହେନ୍ଦ୍ରଗିରିରେ ପହଞ୍ଚିଛନ୍ତି. ସମସ୍ତ ଭକ୍ତ ଯେପରି ଶାନ୍ତି ଶୃଙ୍ଖଳାର ସହ ଭକ୍ତିପୂତ ଭାବେ ଆଜି ରାତ୍ରରେ ଶିବ ରାତ୍ରୀ ଜାଗର ପାଳନ କରିବେ ସେ ନେଇ ଗଜପତି ପ୍ରଶାସନ ତରଫରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଛି. ଦୀର୍ଘ ତିନି ବର୍ଷର ବ୍ୟବଧାନରେ ପରେ ଆୟୋଜନ ହେବାକୁ ଯାଉଛି ଐତହାସିକ ମହେନ୍ଦ୍ରଗିରି ପାହାଡ଼ରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା। ଗତ ତିନି ବର୍ଷରେ କରୋନାର କ୍ରୁରତା ବିରୁଦ୍ଧ ଯୁଦ୍ଧରେ ଆମେ ବିଜୟ ଲାଭ କରିଛୁ । ଆମ ସରକାରଙ୍କ ସମୟାନୁବର୍ତ୍ତି ପଦକ୍ଷେପ, ଲୋକପ୍ରତିନିଧିମାନଙ୍କ ଆନ୍ତରିକ ସହଯୋଗ ଓ ସକଳ କାର୍ଯ୍ୟରେ ଜିଲ୍ଲାର ଜନସାଧାରଣଙ୍କ ପୁର୍ଣ ସମର୍ଥନ ଓ ସଂପୃକ୍ତି ଆମ ପାଇଁ ଆଣିଦେଇଛି ଅନେକାନେକ ସଫଳତା।ଯୁଗଯୁଗରୁ ମହେନ୍ଦ୍ରଗିରିକୁ ନେଇ ଏଠି ଗଢ଼ି ଉଠିଛି ଏକ ସମନ୍ବିତ ସଂସ୍କୃତି। ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ବିକ ତଥା ପରିବେଶର ଗୁରୁତ୍ବ ବହନ କରୁଥିବା ମହିମା ମଣ୍ଡିତ ମହେନ୍ଦ୍ର ପର୍ବତ ଗଜପତି ଜିଲ୍ଲାରେ ଅବସ୍ଥିତ। ଏହି ମହେନ୍ଦ୍ରରେ ବିରାଜିତ ଅନେକ ସୁନ୍ଦର ପ୍ରାଚୀନ ମନ୍ଦିର, କୀର୍ତ୍ତିରାଜି ର ପ୍ରଚାର ଓ ପ୍ରସାର ନିମନ୍ତେ ଓ ମହାଶିବରାତ୍ରୀ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଆଜି ଫେବୃୟାରୀ ୧୬-୦୨-୨୦୨୩ ରିଖ ଠାରୁ ୧୮-୦୨-୨୦୨୩ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯାଉଛି ଜାଗର ଯାତ୍ରା। ଏଣୁ ଉକ୍ତ ଜାଗର ଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହିତ ସଫଳ କରିବା ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମସ୍ତଙ୍କୁ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ