ପ୍ରସିଦ୍ଧ ମାଁ ଏଲମା ଠାକୁରାଣୀ ଙ୍କ ବାର୍ଷିକ ଝାମିଯାତ୍ରା

ବ୍ରହ୍ମପୁର:ସହରର ପ୍ରସିଦ୍ଧ ମାଁ ଏଲମା ଠାକୁରାଣୀ ଙ୍କ ବାର୍ଷିକ ଝାମିଯାତ୍ରା ଆଜି ମାଁ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଅତି ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି ଯାତ୍ରା ବହୁ ବର୍ଷ ଧରି ପାଳିତ ହୋଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଏବଂ ଓଡ଼ିଶା ବାହାର ରାଜ୍ୟ ରୁ ମଧ୍ୟ ହଜାର ହଜାର ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ଯାତ୍ରା ରେ ବହୁ ପୁରାତନ କାଳ ରୁ ଭକ୍ତ ଙ୍କ ମୁଆଁ ଫିଙ୍ଗା, ମୁଣ୍ଡନ, ବେଢ଼ା ପରିକ୍ରମା, ଅଗ୍ନି ପୂଜା, ଶ୍ମଶାନ ପୂଜା ଏବଂ କଳସୀ ନୃତ୍ୟ ଆଦି ର ପରମ୍ପରା ଅନୁଯାୟୀ ବହୁ ବିଧି ନିୟମ ହୋଇଥିଲା।ଏହି ଯାତ୍ରା ରେ ଶ୍ରଦ୍ଧାଳୁ ମାନେ ମାଁ ଙ୍କୁ ଦର୍ଶନ କଲେ ଭକ୍ତ ଙ୍କୁ ମନସ୍କାମନା ପୁରଣ କରିବା ସହ ପରିବାର ସଦସ୍ୟ ଙ୍କୁ ବିଭିନ୍ନ ଚର୍ମ ରୋଗ ରୁ ମୁକ୍ତି ଦେଇଥାନ୍ତି। ଆଜିର ଏହି ପବିତ୍ର ଯାତ୍ରା ରେ ସହର ର ବିଭିନ୍ନ ସଙ୍ଗଠନ ତଥା ସମାଜସେବୀ ଅନୁଷ୍ଠାନ ତରଫରୁ ମାଗଣା ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ଖାସ୍ କରି ଲୋକଙ୍କୁ ସଚେତନ କରାଇବା ପାଇଁ ବଳି ପ୍ରଥା, କନ୍ୟା ଭ୍ରୁଣ ହତ୍ୟା, ଏବଂ ପରିବେଶ ସୁରକ୍ଷା ପାଇଁ ଏକ ଦାସକାଠିଆ ନୃତ୍ୟ ମାଧ୍ୟମରେ ସଚେତନତା ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା।ଏହି ଯାତ୍ରା ରେ ମୁଖ୍ୟ ପୂଜାରୀ ଶ୍ରୀ ନୀଳମଣି ପୃଷ୍ଟି ଙ୍କ ତତ୍ବଧାନ୍ ରେ ଆୟୋଜିତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ପ୍ରସିଦ୍ଧ ମାଁ ଏଲମା ଠାକୁରାଣୀ ଙ୍କ ବାର୍ଷିକ ଝାମିଯାତ୍ରା ରେ ମନ୍ଦିର ଉନ୍ନୟନ କମିଟି ସମ୍ପାଦକ ଗୌରାଙ୍ଗ ଚୌଧୁରୀ, ଉପଦେଷ୍ଟା ଲଲିତ ମୋହନ ମଙ୍ଗରାଜ, ବି, ମଧୁ ରେଡ୍ଡୀ, ଅସିତ୍ କୁମାର ପଣ୍ଡା, ଅରୁଣ କୁମାର ପଟ୍ଟନାୟକ, ଆଶୁତୋଷ ମହାପାତ୍ର, ଗଣେଶ ପାତ୍ର, ଅନିଲ କୁମାର ଚୌଧୁରୀ, ଶିବ ପ୍ରସାଦ ସାହୁ,ପି, ଆର ଓ, ସୁଦିପ କୁମାର ସାହୁ, ସନ୍ୟାସୀ ଗୌଡ, ନାରାୟଣ ଚୌଧୁରୀ, ନବ କିଶୋର ମହାପାତ୍ର, ରବୀନ୍ଦ୍ର ସାହୁ, ସୁରେଶ କୁମାର ସାହୁ, ଦୀପକ୍ ପଣ୍ଡା, ନଳିନୀ ପଣ୍ଡା, ରଞ୍ଜିତ ପଶୁପାଳକ, ଅଜୟ ସାହୁ, ଅଜିତ୍ ପଣ୍ଡା, ସୁଶାନ୍ତ ସାହୁ ପ୍ରମୁଖ ଏହି ଉତ୍ସରେ ଯୋଗଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ