ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ନେଇ ଅନଶ୍ଚିତତା ପ୍ରଶାସନର ନିଷ୍ପତିକୁ ଅପେକ୍ଷା

ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ଦେଶରେ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବା ଯୋଗୁଁ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଏହାର ପ୍ରକୋପ ଏତେ ଘାତକ ସାବ୍ୟସ୍ତ ହୋଇଛି ଯେ, ଦିନକୁ ଦିନ ମୃତ୍ୟୁ ହାର ଏବଂ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଲକଡ଼ାଉନ ଅବଧି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଗୁରୁତ୍ୱ ରହିଥିବାରୁ ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଅନୁଷ୍ଠିତ ହେବ କି ନାହିଁ ତାହା ନେଇ ଅନିଶ୍ଚିତତା ଦେଖାଦେଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ରବିବାର ଅକ୍ଷୟ ତୃତୀୟା ଅବସରରେ ଯାତ୍ରା ପାଇଁ ଶୁଭଖୁଂଟି ସ୍ଥାପନ କରାଯାଇଛି । ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ୩ ଦିନ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବ ପାଳନ ଅବସରରେ ହିଂଜିଳିକାଟୁର ଆରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ଉତ୍ସବ ପାଳନ କରାଯାଇଥାଏ । ଚଳିତ ବର୍ଷ ମେ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କାଟୁ ଯାତ୍ରା ଅନୁଷ୍ଠିତ ହେବ । ଯାତ୍ରାକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଜସ୍ୱ ବିଭାଗ ଏକ ରିପୋର୍ଟ ପ୍ରସ୍ତୃତ କରି ଉଚ୍ଚ କର୍ତୁପକ୍ଷଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛି । କାଟୁ ରାଜା ସାହେବ ଲଲିତ କିଶୋର ଭଞ୍ଜଦେଓ, କେଉଟ ସାହି ଯାତ୍ରା କମିଟି ସଭାପତି ଭୀମସେନ ବେହେରା, ରଙ୍ଗଣି ସାହି ଯାତ୍ରାଧିକାରୀ ବଂଶୀଧର ସାହୁଙ୍କ ସମେତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି, ନେତୃ ମଣ୍ଡଳୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ପରେ ହିଁ ଯାତ୍ରା ଆୟୋଜନର ଚୁଡ଼ାନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି କହିଛନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ ୧୯୪୨ ମସିହାରେ ସ୍ଥାନୀୟ ଅଂଚଳରେ ମହାମାରୀ ହଇଜା ଓ ମ୍ୟାଲେରିଆ ବ୍ୟାପିବା ପରେ ବହୁ ଲୋକ ପ୍ରାଣ ହରାଇଥିଲେ । ବହୁ ବୈଦ୍ୟ ଓ କବିରାଜଙ୍କ ଔଷଧ କୌଣସି କାମ ନଦେବା ଯୋଗୁଁ ପରିଶେଷରେ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ନଗର ପରିଭ୍ରମଣ କରିବା ପରେ ଅଂଚଳରୁ ମହାମାରୀ ହଇଜା ଓ ମ୍ୟାଲେରିଆ ଉଭେି ଯାଇଥିଲା । ସେହି ଦିନ ଠାରୁ ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ୩ ଦିନ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବ ପାଳନ ଅବସରରେ ହିଂଜିଳିକାଟୁର ଆରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ଉତ୍ସବ ପାଳନ କରାଯାଇଥାଏ । ତେଣୁ କରୋନା ପରି ମହାମାରୀ ରୋଗରୁ ବିଶ୍ୱକୁ ରକ୍ଷା କରିବା ପାଇଁ କାଟୁ ଯାତ୍ରାକୁ ମହାଅମ୍ମ୍‌ର ସହକାରେ ପାଳନ ନକରି ନିାରଡ଼ମ୍ବର ସହକାରେ ପାଳନ କରି ଖୁବ୍ କମ୍ ଭକ୍ତଙ୍କ ସହାୟତାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ବିଗ୍ରହକୁ ୩ ଦିନ ପାଇଁ ନଗର ପରିକ୍ରମା ଓ ପୂଜାର୍ଚ୍ଚନା କରିବା ସକାଶେ ଅଂଚଳର ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବି ମତ ରଖିଛନ୍ତି । ତେବେ ପ୍ରଶାସନର ନିଷ୍ପତି ଓ ନିର୍ଦ୍ଦେଶ ମୁତାବକ ଯାତ୍ରା ଆୟୋଜନ କରାଯିବ ବୋଲି କାଟୁ ରାଜା ସାହେବ ଓ ୨ ସାହିର ଯାତ୍ରା କମିଟି ସଭାପତି ଓ ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ