ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ଠାରେ ମହା ଶିବ ରାତ୍ରୀ ଓ ଜାଗର ଯାତ୍ରା ଅନୁଷ୍ଟିତ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ହିନ୍ଦୁ ଧର୍ମ ପରମ୍ପରା ମଧ୍ୟରେ ମହା ଶିବ ରାତ୍ରୀ ବା ଜାଗର ଯାତ୍ରା ଅନ୍ୟତମ। ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଦିନ କୁ ମହା ଶିବ ରାତ୍ରୀ ବା ଜାଗର ଯାତ୍ରା ରୁପେ ପାଳନ କରାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ଆଜିର ଦିନରେ ସମୁଦ୍ର ମନ୍ଥନ ହୋଇଥଲା ଏହି ସମୟ ରେ ବାହାରିଥିବା ସମସ୍ତ ବିଷ କୁ ଶିବ ପାନ କରି ଏ ପୃଥିବୀ କୁ ଆସନ୍ନ ବିପଦ ରୁ ରକ୍ଷା କରିଥିଲେ। ବିଷ ପାନ ପରେ ଏହାର ପ୍ରଭାବ ରେ ସେ ଅସୁସ୍ଥ ହୋଇଯାଇଥିଲେ। ଦେବ ବଦ୍ୟ ଙ୍କ ପରାମର୍ଶ ଅନୁଯାଇ ତାଙ୍କ ମସ୍ତକ ଉପରେ ନାନାଦି ପ୍ରକାର ଫୁଲ ଓ ବେଲ, ତୁଳସୀ ଜଟା ରେ ଆଚ୍ଛାଦିତ କରାଯାଇ ନଡ଼ିଆ, ଖିର ପଇଡ, ଓ ପାଣି ଅନବରତ ଢାଳିବା ନିମନ୍ତେ ଉପଦେଶ ଦେଇଥିଲେ ଏବଂ ଶିବ ଙ୍କୁ ନିଦ ନହେବା ନିମନ୍ତେ ଓ ତାଙ୍କୁ ଜାଗ୍ରତ ରଖିବା ନିମନ୍ତେ ତାଳ, ମୃଦଙ୍ଗ ର ଧ୍ୱନି ସହିତ ଭଗବାନ୍ ବିଷ୍ଟ୍ନୁ ଙ୍କୁ ସୁମରଣା କରି ରଖିବା କୁ ପରାମର୍ଶ ଦେଇ ଥିଲେ। ଦେବଗଣ ଦୀପ ଜାଳି ଅନିଦ୍ରା ରହି ମହାପ୍ରଭୁ ଶିବ ଙ୍କ ଆରୋଗ୍ୟ କାମନା କରିଥଲେ। ଶେଷରେ ଦେବ ବଦ୍ୟଙ୍କ ଉପଦେଶ ଓ ଉପଚାର ଦ୍ଵାରା ଶଙ୍କର ଭଗବାନ ସୁସ୍ଥ ଅନୁଭବ କରିଥିଲେ। ଯେତେ ବେଳେ ମହାଦେବ ଶିବ ସୁସ୍ଥ ହୋଇ ଗଲେ ସେତେବେଳେ ଆକାଶ ଦ୍ଵୀପ ପ୍ରଜ୍ବଳିତ କରି ଆକାଶ ଉପରକୁ ଉଠା ଯାଇ ସମସ୍ତ ଦେବଗଣ ଙ୍କୁ ସୂଚିତ କରାଯାଇଥିଲା ଯେ ଶଙ୍କର ଭଗବାନ୍ ବର୍ତ୍ତମାନ ସୁସ୍ଥ ହୋଇଗଲେ । ସେହି ଦିନକୁ ମନେ ପକାଇବା ନିମନ୍ତେ ଭକ୍ତ ମାନେ ରାତି ଉଜାଗର ରହି ଦୀପ ଜାଳି ଥାନ୍ତି। ଯ ଦ୍ଵାରା ଶିବ ଅତ୍ୟନ୍ତ ପ୍ରୀତ ହୋଇ ଭକ୍ତ ମାନଙ୍କ ମନୋସ୍କାମନା ପୂରଣ କରିଥାନ୍ତି। ଆଜିର ଏହି ଜାଗର ଯାତ୍ରା ନିମନ୍ତେ କୋରାପୁଟ ଜିଲ୍ଲା ର ସମସ୍ତ ଶିବାଳୟ ଭକ୍ତ ମୟ ହୋଇ ଉଠିଥିଲା। ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବ ପୀଠ ଠାରେ ବାବା ଗୁପ୍ତେଶ୍ୱର ଙ୍କ ଦର୍ଶନ ଓ ପୂଜା କରିବା ନିମନ୍ତେ ଓଡ଼ିଶା ସହ ପଡୋଶୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ରୁ ମଧ୍ଯ ଅନେକ ଭକ୍ତ ଆସିଥାନ୍ତି। ଯାନ, ବାହନ ଶହ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମସ୍ତ ପ୍ରକାର ର ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲାପାଳ ଓ ଆରୋଖି ଅଧୀକ୍ଷକ ଙ୍କ ସହ ସ୍ଥାନୀୟ ବିଡିଓ, ତହସିଲ ଦାର ଓ ସବୁ ବିଭଗର କର୍ମଚାରୀ, ସ୍ଥାନୀୟ ଥାନାଧିକାରୀ ଙ୍କ ସହ ପୋଲିସ ବାହିନୀ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ର ଡକ୍ଟର ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ