ପ୍ରସ୍ତାବିତ ସିଆରପିଏଫ କ୍ୟାମ୍ପ କୁ ଗ୍ରାମବାସୀ ଙ୍କ ବିରୋଧ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନଏସି ନୁଆସାହି ଅନ୍ତର୍ଗତ ଡ଼ୁମାସ୍କା ପଦର ରେ ପ୍ରସ୍ତାବିତ ସିଆରପିଏଫ କ୍ୟାମ୍ପ କୁ ନୂଆସାହି ଗ୍ରାମ୍ୟ କମିଟି ର ତିନୋଟି ୱାର୍ଡବାସୀ ବିରୋଧ କରିଛନ୍ତି l ଏନେଇ ବାଲିଗୁଡା ତହସିଲଦାର, ଉପଜ଼ିଲ୍ଲାପାଳ, କନ୍ଧମାଳ ଜ଼ିଲ୍ଲାପାଳ, ଏନଏସି ଅଧ୍ୟକ୍ଷ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କନ୍ଧମାଳ ଆରକ୍ଷୀ ଅଧିକ୍ଷକ, ଏବଂ ଆର. ଡ଼ି. ସି ବ୍ରହ୍ମପୁରକୁ କ୍ୟାମ୍ପ ବନ୍ଦ ସକାଶେ ଦାବୀପତ୍ର ପ୍ରେରଣ କରାଯାଇଛି l ସୂଚନାଯୋଗ୍ୟ ଯେ, ଉକ୍ତ ପଦର ଜମିରେ ଶହ ଶହ ବର୍ଷଧରି ଗ୍ରାମବାସୀ ପାରମ୍ପରିକ ଚାଷ କରି ଆସୁଥିଲେ ଏବଂ ଚାରଣ ଭୁମୀ ଅଭାବରୁ ଗାଈ ଗୋରୁ ସେହି ଜମିରେ ଖାଦ୍ୟ ସଂଗ୍ରହ କରି ଆସୁଥିବା ନଜରି ରହିଛି ଯଦିଓ ସେହି ଜମିରେ କ୍ୟାମ୍ପ ହୁଏ ନୁଆସାହିର ଗରୀବ ଗୁରୁବା ଜୀବିକା ହରାଇବେ l ଯଦି ପ୍ରଶାସନ କ୍ୟାମ୍ପ କରେ ତେବେ ଗ୍ରାମବାସୀ ସମୂହ ରାଜରାସ୍ତା କୁ ଓଲ୍ହାଇବାକୁ ଦୃଢ଼ ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ