ପ୍ରସ୍ତୁତି ପଥେ ମନ ମୋର କାଗଜ ଗୁଡ଼ି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସୁମିତ୍ରା ଏଣ୍ଟରଟେନମେଣ୍ଟର ପ୍ରଥମ ଅବଦାନ ତାର କଟକ ମିଲନ ଷ୍ଟୁଡ଼ିଓରେ ମନ ମୋର କାଗଜ ଗୁଡ଼ିର ଗୀତଗୁଡ଼ିକ ରେକର୍ଡ଼ିଂ ଚାଲିଛି । ସଙ୍ଗୀତ ରଚନା କରିଛନ୍ତି ଜାପାନୀ ଭାଇ । ଗୀତଗୁଡ଼ିକ ଲେଖିଛନ୍ତି ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ । ଗୀତଗୁଡ଼ିକ ଗାଇଛନ୍ତି ଉଦିତ୍ ନାରାୟଣ, ରୁତୁରାଜ, ହ୍ୟୁମାନ ସାଗ, ଦିପ୍ତିରେଖା, ଅନନ୍ୟା, ଜ୍ୟୋର୍ତିମୟୀ । ଏହାର ପ୍ରଯୋଜକ ହେଉଛନ୍ତି ଶିବିର କୁମାର ପରିଡ଼ା, ବିବେକାନନ୍ଦ ବାରିକ । ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର । ନଭେମ୍ବର ଶେଷ ସପ୍ତାହରେ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ଏକ ନୂଆ ଧରଣର ଏକ ଚଳଚ୍ଚିତ୍ର ଭେଟିଦେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ