ପ୍ରହସନ ପାଲଟିଛି ସ୍ମାର୍ଟ ସ୍କୁଲ,ଶିକ୍ଷା ରୁ ବଞ୍ଚିତ ଛାତ୍ରଛାତ୍ରୀ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଛାତ୍ରଛାତ୍ରୀ ଙ୍କୁ ସ୍ମାର୍ଟ ଶିକ୍ଷା ପ୍ରଦାନ କରିବା ଲାଗି ତତ୍କାଳୀନ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ସ୍ମାର୍ଟ କ୍ଲାସ ରୁମ ପ୍ରତିଷ୍ଠା କରିଥିଲେ। ସ୍ମାର୍ଟ ଶିକ୍ଷା କୁ ଅଗ୍ରାଧିକାର ଦେବା ଲାଗି ୫-ଟି ଯୋଜନାରେ ବିଭିନ୍ନ ସ୍କୁଲରେ କମ୍ପ୍ୟୁଟର ଲାଗିଲା। ହେଲେ ଶେରଗଡ ବ୍ଲକ ରେ ଏହି ଯୋଜନା ପ୍ରହସନ ପାଲଟିଲା ଭଳିଆ ଲାଗୁଛି। କାରଣ, ଏହି ବ୍ଲକର କୌଣସି ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି। କମ୍ପ୍ୟୁଟର ଶିକ୍ଷକ ଛଟେଈ ହେବା ପରେ ଦୀର୍ଘ ପ୍ରାୟ ୬ ବର୍ଷ ହେଲା ଖତ ଖାଉଛି ଲକ୍ଷାଧିକ ଟଙ୍କା ର କମ୍ପ୍ୟୁଟର। ଫଳରେ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି। ସୂଚନା ରୁ ପ୍ରକାଶ, ରାଷ୍ଟ୍ରୀୟ ଶିକ୍ଷା କାର‌୍ୟ୍ୟକ୍ରମ ରେ ଶେରଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟ କୁ କମ୍ପ୍ୟୁଟର ଯୋଗାଇ ଦିଆଯାଈଥିଲା। ହେଲେ କମ୍ପ୍ୟୁଟର ଶିକ୍ଷକ ଙ୍କୁ ସରକାର ପ୍ରାୟ ୬ ବର୍ଷ ତଳେ ଛଟେଈ କରିଦେଈଥିଲେ। ଆଜି ପର‌୍ୟ୍ୟନ୍ତ କୌଣସି କମ୍ପ୍ୟୁଟର ଶିକ୍ଷକ ଙ୍କୁ ନିଯୁକ୍ତି କରାଗଲା ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଖତ ଖାଉଥିବା ବେଳେ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶେରଗଡ ବ୍ଲକ ରେ ୨୦୧୪ ମସିହାରେ ୮ ଟି ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହୋଇଥିଲା। ଏହି ୮ ଟି ବିଦ୍ୟାଳୟ ହେଲା,ଶେରଗଡ ସଦରରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ,କରଡାକଣା ଉଚ୍ଚ ବିଦ୍ୟାଳୟ, କୁରୁଳା ଉଚ୍ଚ ବିଦ୍ୟାଳୟ, ଧନନ୍ତର ନାଥେଶ୍ବର ଉଚ୍ଚ ବିଦ୍ୟାଳୟ, ପିତ୍ତଳ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣଛାଈ ଉଚ୍ଚ ବିଦ୍ୟାଳୟ, ଗୋଠଗାଁ ଉଚ୍ଚ ବିଦ୍ୟାଳୟ,ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ରେ ୨୦୧୪ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହୋଇଥିଲା। ଏଥିପାଇଁ ଆଈସିଟି ସ୍କୁଲ କୋର୍ଡିନେଟର ବା କମ୍ପ୍ୟୁଟର ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହି କମ୍ପ୍ୟୁଟର ଶିକ୍ଷକ ଙ୍କୁ ୨୦୧୯ ମସିହା ଜାନୁଆରୀ ମାସରେ ଛଟେଈ କରିଦିଆଗଲା। ଆଜି ପର‌୍ୟ୍ୟନ୍ତ ଉକ୍ତ ଶିକ୍ଷକ ମାନଙ୍କୁ କିମ୍ବା ତାଙ୍କ ବଦଳରେ ଅନ୍ୟ କୌଣସି ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଏବଂ ଜେନେରେଟର ଖତ ଖାଉଥିବା ଦେଖିବାକୁ ମିଳିଛି। ୨୦୨୦-୨୧ ମସିହାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ବ୍ଲକର ସମସ୍ତ ୨୭ ଟି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ ବ୍ୟବସ୍ଥା କରାଗଲା। ଏହି ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ କମ୍ପ୍ୟୁଟର ଯୋଗାଇ ଦିଆଗଲା,ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ହୋଈନଥିବାରୁ ଉକ୍ତ ବିଦ୍ୟାଳୟରେ ଲାଗିଥିବା କମ୍ପ୍ୟୁଟର ଗୁଡିକ ଖତ ହୋଈଗଲାଣି। କମ୍ପ୍ୟୁଟର ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ, କମ୍ପ୍ୟୁଟର ଶିକ୍ଷକ ନଥିବାରୁ ସ୍କୁଲର ବିଭିନ୍ନ କାର‌୍ୟ୍ୟ,ଫର୍ମ ଫିଲପ,ମଧ୍ୟାହ୍ନ ଭୋଜନ ତଥ୍ୟ, ଛାତ୍ରଛାତ୍ରୀ ଙ୍କ ତଥ୍ୟ, ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟ ହୋଈପାରୁନାହିଁ। ଛଟେଈ ପରେ ଶେରଗଡ ବ୍ଲକର ୮ ଜଣ ଆଈଟିସିଟି କୋର୍ଡିନେଟର ବା କମ୍ପ୍ୟୁଟର ପ୍ରଶିକ୍ଷକ କିଏ ହାତ ବାନ୍ଧି ବସିଛି ତ ଆଉ କିଏ ଦାଦନ ଖଟିଲେଣି। ତୁରନ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ସହ ଆବଶ୍ୟକ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ