ପ୍ରହ୍ଲାଦ ନାଟକ କଳାକାରଙ୍କ ପରଲୋକ
ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଳକ ଗୁଣ୍ଡରା ପଞ୍ଚାୟତ ଅନ୍ତର୍ଗତ ସୁନାରେଡି ଗ୍ରାମର ପ୍ରହଲ୍ଲାଦ ନାଟକ କଳାକାର ବାମୁଡ଼ି ଏରାପାଙ୍କ ମୃତ୍ୟୁ ରେ ଗ୍ରାମରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୧୦୨ ବର୍ଷ ବୟସରେ ହୋଇଥିଲା । ସୁନାରେଡ୍ଡୀ ଗ୍ରାମରେ ଥିବା ପ୍ରହଲ୍ଲାଦ ନାଟକ ର ପ୍ରଥମ ରାଜା ରାଜା ଭାବେ ଅଭିନୟ କରି ବହୁ ସୀମାନ୍ତ ଅଞ୍ଚଳରେ ବହୁ ସୁନାମ ଅର୍ଜନ କରିଥିଲେ । ସେ ବାଞ୍ଚା ରାଜା ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ । ସେ ଜଣେ ମିଷ୍ଠାଭାଷୀ, ପରୋପକାରୀ ଲୋକେ ଥିଲେ ।ତାଙ୍କ ପୁଅ ମୁଖଗ୍ନି ଦେଇ ଥିଲେ।ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଖେଳିଯାଇଛି ।