ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିବାର ଉପାୟ

ଏବେ ଭୀଷଣ ଗରମ ଅନୁଭୂତ ହେଉଛି। ତେଣୁ ଲୋକମାନେ ଏସି କିମ୍ବା କୁଲର ବ୍ୟବହାର କରୁଛନ୍ତି। ଏଗୁଡ଼ିକ ଆପଣଙ୍କୁ ଥଣ୍ଡା ଦେବା ସହିତ ଅନେକ ଗୁଡ଼ିଏ ରୋଗର କାରଣ ମଧ୍ୟ ହୋଇଥାଏ। ଏଥିସହିତ ବିଜୁଳି ବିଲ ମଧ୍ୟ ଅଧିକ ଆସିଥାଏ। ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି ଯାହା ଘରକୁ ପ୍ରାକୃତିକ ଭାବେ ଥଣ୍ଡା ରଖିବାରେ ସାହାଯ୍ୟ କରିବ। ଚାଲନ୍ତୁ ଜାଣିବା ଘରକୁ କିପରି ପ୍ରାକୃତିକ ଭାବେ ଥଣ୍ଡା ରଖିପାରିବେ।
ଗଛରୁ ଥଣ୍ଡା : ଗଛ ମାଧ୍ୟମରେ ମଧ୍ୟ ଗରମର ପ୍ରଭାବ ବହୁତ ମାତ୍ରାରେ କମ୍ କରାଯାଇପାରେ। ଗଛ କାରଣରୁ ଘରର ତାପମାତ୍ରା ୬ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥାଏ। ଯାହା ଘରକୁ ଥଣ୍ଡା ରଖିବା ପାଇଁ ଯଥେଷ୍ଟ। ଆପଣ ଚାହିଲେ ଇଡ଼ଡୋର ପ୍ଲାଣ୍ଟ ଲଗାଇ ମଧ୍ୟ ଘର ଥଣ୍ଡା ରଖିପାରିବେ।
ଛାତ ଥଣ୍ଡା କରନ୍ତୁ : ଘରର ଛାତକୁ ଗାଢ଼ ରଙ୍ଗ କରିବା ବଦଳରେ ହାଲୁକା ରଙ୍ଗ ବ୍ୟବହାର କରନ୍ତୁ। ଏହାବ୍ୟତୀତ ଛାତ ଉପରେ ଧଳା ପେଣ୍ଟ କିମ୍ବା ପିଓପି କରାନ୍ତୁ। ଏପରି କରିବା ଦ୍ବାରା ଘର ୭୦-୮୦ ପ୍ରତିଶତ ଯାଏ ଥଣ୍ଡା ରହିଥାଏ।
ହାଲୁକା ରଙ୍ଗର ବେଡଶିଟ୍‌ : ଗରମ ଦିନେ ସବୁବେଳେ କଟନ ଫ୍ୟାବ୍ରିକ୍ ଓ ହାଲୁକା ରଙ୍ଗର ବେଡଶିଟ ଓ ପରଦା ବ୍ୟବହାର କରନ୍ତୁ। ଏପରି କରିବା ଦ୍ବାରା ଘର ଥଣ୍ଡା ରହିବ। ଅଖାକୁ ପାଣିରେ ଭିଜାଇ ଟାଙ୍ଗିଲେ ମଧ୍ୟ ଘର ଥଣ୍ଡା ରହିବ।
କାର୍ପେଟ୍ ବିଛାନ୍ତୁନି : ଶୀତଦିନେ ବ୍ୟବହାର କରାଯାଉଥିବା ଭାରୀ ପରଦା ସହିତ କାର୍ପେଟ୍, ରେଜେଇ ଓ ଦରିକୁ ଖରାଦିନେ ପ୍ୟାକ୍ କରି ରଖନ୍ତୁ। ଏଥିରୁ ଗରମ ସୃଷ୍ଟି ହୋଇଥାଏ। ଯାହାଫଳରେ କୋଠରି ମଧ୍ୟ ଗରମ ଲାଗେ। ଚଟାଣ ମଧ୍ୟ ଖାଲି ଛାଡ଼ନ୍ତୁ। ଯାହାଫଳରେ ଏହା ଥଣ୍ଡା ରହିବ।
ପାଣି ସିଞ୍ଚନ୍ତୁ : ଘରର ଛାତ ଉପରେ ସକାଳ ସନ୍ଧ୍ୟାରେ ପାଣି ସିଞ୍ଚନ୍ତୁ। ଏପରି କରିବା ଦ୍ବାରା ଘର ପ୍ରାକୃତିକ ଭାବେ ଥଣ୍ଡା ରହିପାରିବ। ଯଦି ଫ୍ଲାଟରେ ରହୁଛନ୍ତି, ବାଲକୋନିରେ ପାଣି ଢାଳି ପାରିବେ।
କ୍ରସ୍ ଭେଣ୍ଟିଲେସନ୍ : ଘରକୁ ଥଣ୍ଡା ରଖିବା ପାଇଁ କ୍ରସ୍ ଭେଣ୍ଟିଲେସନ୍ ସବୁଠାରୁ ଉତ୍ତମ ଉପାୟ। ଦିନରେ କବାଟ ଝରକା ବନ୍ଦ କରି ରଖନ୍ତୁ। ସନ୍ଧ୍ୟାରେ କବାଟ ଓ ଝରକା ଖୋଲି ଦିଅନ୍ତୁ। ଏପରି କରିବା ଦ୍ବାରା ଘର ଭିତରର ଗରମ ପବନ ବାହାରିଯିବ ଓ ଘର ଥଣ୍ଡା ରହିବ।
ଷ୍ଟାଣ୍ଡ ଫ୍ୟାନ୍ : ଷ୍ଟାଣ୍ଡ ଫ୍ୟାନ୍ ସମ୍ମୁଖରେ ଗିନାରେ ବରଫ ଖଣ୍ଡ ରଖନ୍ତୁ ଏପରି କରିବା ଦ୍ବାରା ବିନା ଏସିରେ ଘର ଥଣ୍ଡା ରହିବ ଓ ବିଜୁଳି ବିଲ୍ ମଧ୍ୟ କମ୍ ଆସିବ। ରାତିରେ ଟେବଲ କିମ୍ବା ଷ୍ଟାଣ୍ଡ ଫ୍ୟାନକୁ ଖୋଲା ଝରକା ସମ୍ମୁଖରେ ରଖନ୍ତୁ। ଏହାଦ୍ବାରା ବାହାରର ଥଣ୍ଡା ପବନ ଘର ଭିତରକୁ ଆସିବ।
ଏଗଜଷ୍ଟ ଫ୍ୟାନ୍‌ : କିଚେନ୍ ଓ ବାଥରୁମରେ ଏଗଜଷ୍ଟ ଫ୍ୟାନ୍ ବ୍ୟବହାର କରନ୍ତୁ। ଏପରି କରିବା ଦ୍ବାରା ସେଠାରେ ଥିବା ଗରମ ଓ ମଏଶ୍ଚରଯୁକ୍ତ ପବନ ବାହାରକୁ ଚାଲିଯିବା ସହ ଘର ଥଣ୍ଡା ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ