ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଛି କରୋନା

ବେଜିଂ: ଅଭିନବ କରୋନା ଭୂତାଣୁ ସାର୍ସ-କୋଭ-୨ର ଉତ୍ପତିକୁ ନେଇ ଆମେରିକା ଓ ଚୀନ ମଧ୍ୟରେ କଥା କଟାକଟି ଚାଲିଛି । ମାତ୍ର ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ବାଦୁଡ଼ିଙ୍କ ଠାରେ କରୋନା ଭୂତାଣୁର ଏକ ପ୍ରକାର ବଂଶଜ ଭୂତାଣୁ ଠାବ ହୋଇଥିବାରୁ ଏହା କେବେ ବି କୃତ୍ରିମ ଭାବେ ସୃଷ୍ଟି ହୋଇ ନାହିଁ ବୋଲି ସାଣ୍ଡଙ୍ଗ ଭେଷଜ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦାବି କରିଛନ୍ତି । ଅବଶ୍ୟ ବାଦୁଡ଼ିଙ୍କ ଠାରେ ମିଳିଥିବା ଏହି ଅଭିନବ ଭୂତାଣୁମାନଙ୍କ ପାଇଁ ସେହି ପ୍ରଜାତିର ବାଦୁଡ଼ି ହିଁ ପ୍ରାକୃତିକ ଅତିଥି ହୋଇଥିବା ବେଳେ ସେହି ଭୂତାଣୁମାନଙ୍କର ମୂଳ ଉପôତ୍ତି ଜଣାପଡ଼ିନାହିଁ । ସେହି ଧରଣର ଭୂତାଣୁଙ୍କ ପରିସ୍ଥିତିରୁ ସାର୍ସ-କୋଭ-୨ ର ଉପôତ୍ତି ନିଶ୍ଚିତ ଭାବେ ପ୍ରାକୃତିକ ବୋଲି ସବିଶେଷ ତଥ୍ୟ ‘କରେଣ୍ଟ ବାୟୋଲୋଜି’ ପତ୍ରିକାରେ ସ୍ଥାନ ପାଇଛି । ତହିଁର ଯୁକ୍ତି ହେଲା, ବାଦୁଡ଼ି ଠାରେ ଦେଖାଦେଇଥିବା ଆରଏମୱାଇଏନ-୦୨ ନାମକ ସେହି ଭୂତାଣୁର ଜିନୋମ ବା ବଂଶଜ ଉପାଦାନ ସାର୍ସ-କୋଭ-୨ ସହିତ ଅତି ନିବିଡ଼ ଭାବେ ସାମଞ୍ଜସ୍ୟ ରହିଛି । ସେହିପରି ଉକ୍ତ ଭୂତାଣୁର ଖଞ୍ଜାରେ ରହିଥିବା ଆମିନୋ ଅମ୍ଳ (ଏକ ପ୍ରକାର ପ୍ରୋଟିନ) ସାର୍ସ-କୋଭ-୨ ର ବାହ୍ୟଦେଶରେ ରହିଥିବା ସ୍ପାଇକ ପ୍ରୋଟିସ ସହ ମଧ୍ୟ ସମାନ । ଏ ପ୍ରକାର ସାମଞ୍ଜସ୍ୟ କେବଳ ପ୍ରାକୃତିକ ଭାବେ ସୃଷ୍ଟ ଏକା ଜାତିର ବଂଶଜଙ୍କ ଠାରେ ଦେଖାଯାଇଥାଏ । ସୁତରାଂ ସାର୍ସ କୋଭ-୨ ମଧ୍ୟ ପ୍ରାକୃତିକ ବୋଲି ସହଗବେଷକ ଉଇଫେଙ୍ଗ ସାଇ କହିଛନ୍ତି । ବାଦୁଡ଼ିମାନେ ହିଁ ସାର୍ସ କରୋନା ଭୂତାଣୁର ବାହକ ବୋଲି ୨୦୦୫ ମସିହାରେ ଜଣାପଡ଼ିବା ପରେ ଏମାନଙ୍କ ଉପରେ ଗବେଷକମାନଙ୍କର ଆଗ୍ରହ ବଢ଼ିଥିଲା । ତେବେ ୨୦୧୯ ମସିହା ମେ ମାସରୁ ଅକ୍ଟୋବର ମଧ୍ୟରେ ଚୀନର ୟୁନାନ ପ୍ରଦେଶର ୨୨୭ ପ୍ରକାର ବାଦୁଡ଼ି ନମୁନାକୁ ବିଶ୍ଳେଷଣ କରି ଏହି ଆରଏମୱାଇଏନ-୦୨ ଭୂତାଣୁକୁ ଚିହ୍ନଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ