ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ମକ୍ ଡ୍ରିଲ୍ କରାଯିବା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାରେ ପ୍ରାକୃତି ବିପର୍ଯ୍ୟୟ ମୁକାବିଲାର ପ୍ରସ୍ତତି ନିମନ୍ତେ ମକ୍ ଡ୍ରିଲ୍ କରାଯିବ । ଏଥି ସକାଶେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକର ଶୁଭ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ପ୍ରକାରେ ପ୍ରତି ବର୍ଷ ଜୁନ୍ ୧୯ ତାରିଖ ଦିନ ପ୍ରକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ଜିଲ୍ଲାର ସମସ୍ତ ୧୫ ଟି ବ୍ଲକ୍ ର ୧୦୫ ଗୋଟି ବାତ୍ୟା ଆଶ୍ରୟ ସ୍ଥଳରେ ମକ୍ ଡ୍ରିଲ୍ କରାଯାଇ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ମକ୍ ଡ୍ରିଲ୍ ରେ ପ୍ରାକୃତିକ ବିପର୍ଯ୍ୟୟ ହେଲେ କଣ କରିବେ ତାହାର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତି ପ୍ରସ୍ତୁତି ନେଇ ସଜାଗ କରାଯିବ । ଜନଜୀବନକୁ ସୁରକ୍ଷା ଦେବା ନିମନ୍ତେ ଏହି ମକ୍ ଡ୍ରିଲ୍ ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି । ସ୍ଥାନୀୟ ଲୋକଙ୍କ ଅନ୍ତର୍ଭୁକ୍ତ ସହିତ ପ୍ରତିଟି ଆଶ୍ରୟ ସ୍ଥଳର ସଭାପତି, ସଂପାଦକ ଏବମ ସଭ୍ୟ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ହେବ । ଜିଲ୍ଲାର ପ୍ରତିଟି ଗ୍ରାମ ପଞ୍ଚାୟତ ସ୍ତରରେ ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଜରିଆରେ ମହିଳା ସ୍ବୟଂ ସହାଶିକା ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କୁ ସଶକ୍ତ କରାଯିବ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମ କେଉଁ ସବୁ ବିଷୟକୁ ଆଧାର କରି ପ୍ରଶିକ୍ଷଣ ଦିଆଯିବ ସେଥିନେଇ ଜିଲ୍ଲା ଯୋଜନା ଅଧିକାରୀ ଅବନୀକାନ୍ତ ଭୂୟାଁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଓଡ୍ରାଫ୍ ଟିମ୍ ର ପୋଲିସ୍ ବିଭାଗ, ଅଗ୍ନିଶମ ସେବା ବିଭାଗ, ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ନିଜ ନିଜ ସ୍ତରରେ କେଉଁଭଳି ପ୍ରସ୍ତୁତ କରିବେ ତାହା ଅବଗତ କରାଇଥିଲେ ।
ଏହି ବୈଠକରେ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ଅଗ୍ନିଶମ ସେବା ବିଭାଗ, ପୋଲିସ୍ ବିଭାଗ, ଓଡ୍ରାଫ୍ ଟିମ୍ ର କର୍ମକର୍ତ୍ତା ସମେତ ବାତ୍ୟା ଆଶ୍ରୟ ସ୍ଥଳର ସଭାପତି, ସଂପାଦକ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ବୈଠକଟିକୁ ଜରୁରୀ କାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ