ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ବଢ଼େ

ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଏହାର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ । ସେହିଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଥିବା ଭୀମକୁଣ୍ଡ । ସ୍ଥାନୀୟ ବାଜନା ଗାଁରେ ଗଦା ଆକୃତିର ଏହି କୁଣ୍ଡ ରହିଛି । ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ରହୁଥିଲେ ବୋଲି ମହାଭାରତରେ ଉଲ୍ଲେଖ ରହିଛି । ଏହି କୁଣ୍ଡର ପାଣି ସ୍ୱଚ୍ଛ । ଏହାକୁ କେତେକ ପବିତ୍ର କୁଣ୍ଡ ବୋଲି କହିଥାନ୍ତି । ଏସିଆ ମହାଦେଶରେ ଭୂମିକମ୍ପ, ଝଡ଼ତୋଫାନ୍, ବନ୍ୟା, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥାଏ । ଏହା କିପରି ହେଉଛି ତାହା ଏ ପର୍ଯ୍ୟନ୍ତ ମଧ୍ୟ ଅଜଣା । ଏହି କୁଣ୍ଡର ଗଭୀରତା ମାପିବା ପାଇଁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିବା ସ୍ଥାନୀୟ ଲୋକେ କୁହନ୍ତି । କିଛି ବିଶେଷଜ୍ଞ ଥରେ ଏହାର ଗଭୀରତା ମାପିବା ପାଇଁ କ୍ୟାମେରାର ବ୍ୟବହାର କରିଥିଲେ । ତେବେ ୨ ଶହ ମିଟର ପର୍ଯ୍ୟନ୍ତ କ୍ୟାମେରା ଯାଇଥିବାବେଳେ ଅବଶିଷ୍ଟ ଗଭୀରତାକୁ ମାପିବାରେ ବିଫଳ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ