ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ସଂପ୍ରତି ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରଶାସନିକ ସ୍ତରରେ କେଉଁଭଳି ପ୍ରସ୍ତୁତ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହା ଛଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ମକଡ୍ରିଲ ପାଇଁ ନିର୍ଦେଶ ଦିଆଯାଇଥିଲା। ଉକ୍ତ ବୈଠକରେ ତହସିଲଦାର ସରୋଜକାନ୍ତ ନାୟକ, ଜିପିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ, ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଭାଗିରଥି ଦାସ, ଦିବାକର ସାହୁ, କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ପାତ୍ର, ସ୍ବର୍ଣ୍ଣମୟୀ ପଣ୍ଡା, ଜଗନ୍ନାଥ ବାରିକ, ମିଶନ ଶକ୍ତି ଅଧିକାରୀ ସୁବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ବୈଠକରେ କୃଷି, ପଶୁ ସମ୍ପଦ, ଉଠା ଜଳସେଚନ, ଅଗ୍ନିଶମ, ଜଳସମ୍ପଦ ପ୍ରମୁଖ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ବ୍ଲକ ବିଭାଗୀୟ ଅଧିକାରୀ ଏସ ଫିର ଦୋଷ ଆଲାମ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ