ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ତ୍ୱରିତ ନିଷ୍ପତ୍ତି ଗ୍ରହଣ ସହାୟକ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌): ପ୍ରାକୃତିକ ବିପର୍ଯ୍ୟୟର ତତକ୍ଷଣାତ୍ ଏବଂ ସଫଳ ମୁକାବିଲା ପାଇଁ ବିଭିନ୍ନ ବ୍ୟବସ୍ଥା ଉପରେ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦାନ କରି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଦ୍ଧତି କୁ ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ କରିଥିଲେ । ପାକ୍ ପ୍ରସ୍ତୁତି ସୁରକ୍ଷିତ ରହଣୀ ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରବର୍ତ୍ତି ଥଇଥାନ କୁ ଅଧିକ ଗୁରୁତ୍ୱ ଦେଇଥିଲେ । ଗଂଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ବିପର୍ଯ୍ୟୟର ପାକ୍ ସୂଚନା ପ୍ରଦାନ ପାଇଁ ଜିଲ୍ଲାସ୍ତରରୁ ଗ୍ରାମାଚଂଳ ସ୍ତର ପର୍ଯ୍ୟନ୍ତ ଖବର ଆଦାନ ପ୍ରଦାନର ସୁଦୃଢ ବ୍ୟବସ୍ଥା କରାଯାଇଛି । ବାତ୍ୟା , ବନ୍ୟା ଆଶ୍ରୟସ୍ଥଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ପକ୍କା ଘରକୁ ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ କରାଯାଇଛି । ସ୍ଥାନାନ୍ତରିତ ଲୋକମାନଙ୍କ ପାଇଁ ଖାଦ୍ୟ ପାନୀୟ ଓ ଆଲୋକ ବ୍ୟବସ୍ଥା ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ପଦାଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜିଲ୍ଲାର ୧୦୫୦ଗୋଟି ରାଜସ୍ୱ ଗ୍ରାମରେ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ବାବଦରେ ଲୋକମାନଙ୍କୁ ଅବଗତ କରାଯାଉଛି । ବିପର୍ଯ୍ୟୟ ସମୟରେ ଖାଦ୍ୟ ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ସର୍ବାଧୀକ ଧ୍ୟାନ ଦେବାକୁ କର୍ମଚାରୀ ମାନଙ୍କୁ କୁହାଯାଇଛି । ମହିଳା ମାନଙ୍କୁ ବିପର୍ଯ୍ୟୟର ସଫଳ ମୁକାବିଲା ରେ ସହାୟତା କରିବା ପାଇଁ ସ୍ୱଂୟ ସିଦ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲାର ସ୍ୱଂୟ ସହାୟିକା ଗୋଷ୍ଠୀର ୫ହଜାର ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇ ଦକ୍ଷ କରାଯିବ । ଏହାକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଜିଲ୍ଲାରେ ସମସ୍ତ ତଥ୍ୟର କମ୍ୟୁଟରୀୟ କରଣ କରାଯିବ । ଏଥିରେ ସଂପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ପଦବୀ ଓ ଯୋଗା ଯୋଗ ଠିକଣା ରହିବ । ସୁରକ୍ଷା ସ୍ଥଳି ଗୁଡିକର ତାଲିକା ମଧ୍ୟ ରହିବ । ଯେଉଁ ସ୍ଥାନରେ ଯନ୍ତ୍ରପାତୀ , ଆଲୋକ ବ୍ୟବସ୍ଥା ଓ ଖାଦ୍ୟ ସାମଗ୍ରୀ ମହଜୁଦ ହେବ । ଏସବୁର କମ୍ୟୁଟରିକରଣ ତଥ୍ୟ ରହିବ । ତଥ୍ୟ ଗୁଡିକ ଜିଲ୍ଲାସ୍ତରୀୟ କରାଯାଇ ଏହାର ରାଜ୍ୟ ସ୍ତରୀୟ ସଂଯୋଗୀକରଣ ହେବ । ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନୀଗମ ର କମିସନର ଚକ୍ରବର୍ତ୍ତି ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଓସଡମା ଚିଫ୍ ଜେନରାଲ ମ୍ୟାନଜର ସତ୍ୟରଂଜନ ସାହୁ ଓ ଜେନରାଲ ମ୍ୟାନଜର ସସ୍ମିତା ବେହେରା, ବ୍ରହ୍ମପୁର ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ ଯୋଗଦାନ କରିଥିଲେ । ପ୍ରକଳ୍ପ ପରିଚାଳକ କିଶୋର ସାହୁ ତାଲିମ ପ୍ରଦାନ କରିଥିଲେ ଏବଂ ପ୍ରକଳ୍ପ ପରିଚାଳକ ପ୍ରଭୂ ପ୍ରସାଦ ମହାରଣା ଏଥିରେ ସହଯୋଗ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ