ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ରେ ମକଡ୍ରିଲ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପୁରୀଜିଲ୍ଲା ଆପଦ କାଳୀନ ବିଭାଗ ସହଯୋଗରେ ପୁରୀ ଜିଲ୍ଲା ର କାକଟପୁର ଓ ଅସ୍ତରଙ୍ଗ ବ୍ଲକ ରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ପରିସର ରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।କାକଟପୁର ବ୍ଲକର ସୁହାଗପୁର, ହରିଦାସପୁର, ରୁଙ୍କେଇ, ଧନିତ୍ରୀ, ଆଢୁଆଳ ଓ ଅସ୍ତରଙ୍ଗ ବ୍ଲକର ମୁଦୁଗଲ, ବନ୍ତିଲୋ, ଖଣ୍ଡାସାହି, ପତସୁନ୍ଦରପୁର, ତାଳଦା, ଡିହକରଡ଼ା, ତଣ୍ଡାଘର ଆଦି ୧୨ ଗୋଟି ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ମକଡ୍ରିଲ ହୋଇଥିଲା ।ଏହି ଦୁଇ ବ୍ଲକର ଏନଜିଓ “ଆଶା” ର ସମ୍ପାଦକ ଭାସ୍କର ସାହୁ, ଅନୁସୟା ପରିଡ଼ା, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ଭୋଇ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ମାନଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚମ୍ପାହାର ଅଗ୍ନିଶମ ବାହିନୀର ଅଧିକାରୀ ଜ୍ୟୋତିପ୍ରକାଶ ରଥ, ଅନାମ ଚରଣ ମଲ୍ଲିକ, ତାପସ କୁମାର ରାଉତ ପ୍ରମୁଖ ମକଡ୍ରିଲ କୌଶଳ ପ୍ରଦର୍ଶନ କରିଥିଲେ ।କାକଟପୁର ବ୍ଲକ ବିଡ଼ିଓ ଡ଼ଃ ତୁଷାର ଜ୍ୟୋତିରଞ୍ଜନ, ତହସିଲଦାର ବୀରଞ୍ଚି ନାରାୟଣ ବେହେରା, ଜିପିଓ ସୁବ୍ରତ କୁମାର ପରିଡ଼ା ଏବଂ ସମସ୍ତ ଆଶ୍ରୟସ୍ଥଳୀର ସରପଞ୍ଚ ମକଡ୍ରିଲ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ । ସେହିପରି ଅସ୍ତରଙ୍ଗ ବ୍ଲକ ମଧୁପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଆୟୋଜିତ ମକଡ୍ରିଲ ରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଝାଡ଼ଲିଙ୍ଗ ପଞ୍ଚାୟତ ର ସରପଞ୍ଚ, “ଆଶା “ଏନଜିଓ ର ଅନୁସୟା ପରିଡ଼ା ଉପସ୍ଥିତ ଥିଲେ । କାହାଳ ସ୍ଥିତ ଅଗ୍ନିଶମ ବାହିନୀ ର ଅଧିକାରୀ ଓ କର୍ମଚାରୀ ମାନେ ଗ୍ରାମବାସୀ ଏବଂ ସ୍ଵେଛାସେବୀ ମାନଙ୍କୁ ମକଡ୍ରିଲ ର କୌଶଳ ଓ ସାମୁହିକ ଅଭ୍ୟାସ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ