ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଉଥିବା ବେଡ୍
ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସୁଛି । ଏଥିରେ ବହୁ ଧନଜୀବନ ହାନି ମଧ୍ୟ ହେଉଛି । କିନ୍ତୁ ଏମିତି ଏକ ବେଡ୍ ନିର୍ମାଣ କରାଯାଇଛି ଯାହା ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇଦେବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେରିକାର ଓକ୍ଲାହୋମା ସହରସ୍ଥିତ ଭୋରଟେକ୍ସ ଭୋଲ୍ଟ ନାମକ କମ୍ପାନୀ ଏମିତି ଏକ ଆଧୁନିକୀକରଣ ବେଡ୍ ନିର୍ମାଣ କରିଛି ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା କରିବାରେ ସହାୟକ ହେବ । ଏଥିରେ ଲୁଚିବା ପାଇଁ ସ୍ଥାନ ମଧ୍ୟ ନିର୍ମାଣ କରାଯାଇଛି । ଏହି ବେଡ୍ ଉକ୍ରୃଷ୍ଟମାନର ଷ୍ଟିଲ୍ରେ ନିର୍ମାଣ କରାଯାଇଛି । ଏହାକୁ ଫୋଲଡିଂ କରି ମଧ୍ୟ ରଖାଯାଇପାରିବ । ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ବେଡ୍ ପାଶ୍ୱର୍ରେ ଲାଗିଥିବା ଡୋରଗୁଡ଼ିକୁ ଖାଲି ଭିତରକୁ ପ୍ରବେଶ କରିବା ପରେ ଏହା ଆପଣାଛାଏଁ ବନ୍ଦ ହୋଇଯିବ । ପ୍ରାୟ ୮୦ ସେକେଣ୍ଡ ଭିତରେ ଏହା ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ବ୍ୟବହାର କରାଯିବ । ବେଡ୍ରେ ୪ ମିଟର ସିଜର ଲିଫ୍ଟ ଲାଗିଛି ଯାହା ୧୧୦ ଭୋଲ୍ଟ ପାୱାରରେ ଚାଲିବ । ବିଦ୍ୟୁତ ନ ଥିଲେ ମଧ୍ୟ ଏହା ବ୍ୟାକ୍ଅପ୍ ନେଇ ଚାଲିପାରିବ । ଯଦି ବ୍ୟବହାରକାରୀ ବିପଦ ଆସିବା ପୂର୍ବରୁ ବେଡ୍ ଖୋଲି ନ ପାରନ୍ତି ତେବେ ଆଣ୍ଠେଇ ଆଣ୍ଠେଇ ମଧ୍ୟ ଏହା ଭିତରକୁ ଯାଇ ଜୀବନ ରକ୍ଷା କରିପାରିବେ ।


