ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଏକଯୁଟ ହେବା ଆବଶ୍ୟକ

ହାଟଡିହି, (ବିକାଶ ବିଶ୍ୱାଳ):ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଏକଯୁଟ ହେବା ଆବଶ୍ୟକ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଆଜି ମଧ୍ୟାହ୍ନରେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୁନ୍ଦରାପାଳ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିସ୍ଥାପିତ ଲୋକମାନଙ୍କ ସହିତ ସେମାନଙ୍କ ଭଲ ମନ୍ଦ ବିଷୟରେ ପଚାରି ବୁଝିଥିଲେ । ଦୁଇ ଶହରୁ ଉର୍ଦ୍ଧ୍ଵ ଲୋକ ରହୁଥିବାବେଳେ ଲୋକମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ରନ୍ଧା ଖାଦ୍ୟର ତନଖି କରିବା ରୋଷେୟାଙ୍କୁ ଖାଦ୍ୟର ମାନ ସମ୍ପର୍କରେ ପଚାରିଥିଲେ। ବାତ୍ୟା ଭଳି ଦୈବିଦୁର୍ବିପାକ ବେଳେ ଅସାଧୁ କଳାବଜାରୀ ମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଘଟାଉଥିବା ନେଇ ସେ ଉଦବେଗ ପ୍ରକାଶ କରିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଗତକାଲି ସେ ଏବାବଦରେ ଜାଣିବା ପରେ କିଛି ସ୍ଥାନରେ ଚଢାଉ କରି ନୋଟିସ କିରିଥିବା ସୁଚ଼ନା ଦେଇଛନ୍ତିି। ଲୋକମାନଙ୍କ ବିପଦ ସମୟରେ ସମସ୍ତେ ଏକ ହେବା ଉଚିତ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିରୋ କାଜୁଆଲଟି ଉପରେ ଆମେ ଗୁରୁତ୍ୱ ଦେଇଛୁ ବୋଲି କହିଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଏନ. ତିରୁମାଲା ନାୟକ, ଜିଲ୍ଲାପାଳ ବିଶାଳ ସିଂ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଉପ ଜିଲ୍ଲାପାଳ ଫାଲଗୁନୀ ମାଝୀ, ବିଡିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା, ହଦଗଡ଼ ରେଞ୍ଜର ମାର୍ସଲ କିସ୍କୁ, ସୋସୋ ଥାନା ଅଧିକାରୀ ବିଜୟ ବିହାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ମନ୍ତ୍ରୀଙ୍କ ସହିତ ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ, ଶମ୍ବୁନାଥ ରାଉତ, ଯଜ୍ଞପ୍ରସାଦ ପ୍ରମୁଖ ସାମିଲ ହୋଇଥିଲେ। ବାତ୍ୟା ଦାନା ଲ୍ୟାଣ୍ଡଫଲ ହେବା ପରଠାରୁ ଉତ୍ତର ପଶ୍ଚିମଦେଇ ଗତି କରିବାପରେ କେନ୍ଦୁଝର ଜିଲ୍ଲାକୁ ଆଜି ରେଡ଼ ୱାଣିଂ ଜାରି କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ସିମାନ୍ତ ହାଟଡିହି ବ୍ଲକରେ ବାତ୍ୟାର ପ୍ରଭାବ ପ୍ରତିଫଳିତ ହୋଇଛି। ଗତକାଲି ରାତିରେ ଏକ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୨୩ଟି ଆଶ୍ରୟସ୍ଥଳରେ ରଖାଯାଇ ଚୁଡା, ଚିନି, ରନ୍ଧା ଖାଦ୍ୟ ଆଦି ଯୋଗାଇଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ