ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବାବା ମାଧୁରୀଙ୍କ ଚମ୍ପାବାଲି ମଠ

ଜଗତସିଂପୁର,(ଅନସୂୟା ରାଉତ): ଜଗତସିଂପୁର ପଞ୍ଚ ସଖା ଯୁଗର ଶେଷ ଭାଗରେ ଜଗତସିଂପୁର ମାଟିରେ ମହାପୁରୁଷ ବାବା ମାଧୁରୀ ଦାସଙ୍କ ଆବିର୍ଭାବ ହୋଇଥିଲା | ବାବାଙ୍କ ଜନ୍ମ ବିଷୟରେ ବିଭିନ୍ନ ଲୋକ କଥା ଶୁଣିବାକୁ ମିଳିଥାଏ | କେହି କେହି ବାବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସମସାମୟିକ ବୋଲି କୁହନ୍ତି | ବାବା ମାଧୁରୀ ଦାସ ପ୍ରତିଷ୍ଠା କରିଥିବା ଚମ୍ପାବାଲି ମଠ ଆଜି ଭି ମୂଳ ସାକ୍ଷୀ ହୋଇରହିଛି | ଚମ୍ପାବାଲି ମଠ ମହାପୁରୁଷ ବାବା ମାଧୁରୀ ଦାସଙ୍କ ତପ ଓ କର୍ମସ୍ଥଳୀ ଥିଲା | ଏହି ମଠରେ ମହାପ୍ରଭୁ ଜଗନ୍ନାଥ ଓ ମହାବୀରଙ୍କ ପ୍ରତିମୂର୍ତ୍ତି ପୂଜା ପାଇଥିଲେ | ବାବା ମାଧୁରୀ ଦାସ ବର ଗଛ ତଳେ ବସି ତପସ୍ୟା କରୁଥିଲେ | ତପସ୍ୟା ଗଛର ଗଣ୍ଡି ମିଳେଇ ଗଲେ ଭି ତାର ସଖା ଚାରିଆଡେ ମେଲାଇ ହୋଇ ରହିଛି | ବାବା ଦିନକୁ ଥରେ ଗୋଟିଏ ଘରୁ ଭିକ୍ଷା ଗ୍ରହଣ କରନ୍ତି ଏବଂ ବାକି ସମୟ ତପସ୍ୟା ରେ ଲୀନ ରୁହନ୍ତି | ଲୋକ ମାନଙ୍କର ବିଶ୍ୱାସ ରହିଛି ୱେ୩ଠାକୁ ଆସିଲେ ଲୋକମାନଙ୍କର ସବୁ ମାନସିକ ପୂରଣ ହେଉଛି | ଏହା ସହ ଚମ୍ପାବାଲି ମଠ କୁ ବୁଲିବାକୁ ଗଲେ ତାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ସମସ୍ତେ ଆକୃଷ୍ଟ ହୋଇଥାନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ