ପ୍ରାକୃତି୍କ ବିପର୍ଯ୍ୟସ୍ତ ପାଣ୍ଠିରୁ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍) : ବୁଗୁଡା ତହସିଲ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସାପ କାମୁଡା ଓ ପାଣିରେ ବୁଡି ୩ ଜଣ ମୃତ୍ୟୁବରଣ କରିଥିବା ପରିବାରକୁ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡର ନୂତନ ଅଧକ୍ଷ ଶ୍ରୀକାନ୍ତ ସାହୁ ଓଡିଶା ସରକାରଙ୍କ ବିପର୍ଯ୍ୟସ୍ତ ପାଣ୍ଠିରୁ ମଙ୍ଗଳବାର ଦିନ ପ୍ରତୈକ ପରିବାରଙ୍କୁ ଚାରି ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।ବୁଗୁଡା ବ୍ଲକର ବି.କରଡା ଗ୍ରାମର ଚନ୍ଦ୍ରମଣୀ ନାୟ୍କ ,ବିରଞ୍ଚିପୁର ଗ୍ରାମର କୃର୍ଷ୍ଣଚନ୍ଦ୍ରଜେନା, ଡାହାଣୀପଲ୍ଲୀ ଗ୍ରାମର ଶଙ୍କର ଜେନା ମୃତ୍ୟୁବରଣ କରିଥିଲେ । ଏହି ୩ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ,ବୁଗୁଡା ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି ପ୍ରମୁଖ ଜନପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।