ପ୍ରାକ୍ତନ ଏବିଇଓ ଭାଗିରଥୀ ପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଅବସ୍ଥାପିତ ଥିବା ଶିକ୍ଷାବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର୍ ତଥା ପ୍ରାକ୍ତନ ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ଏବଂ ବିଆର୍ସିସି ଭାଗିରଥୀ ପାତ୍ରଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ବନ୍ଥ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଏବିଇଓ ରୂପେ ବଦଳି କରାଯାଇସାରିଛି । ଏହି ଅବସରରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ଏକ ବିଦାୟକଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ପ୍ରଧାନ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଟୁଲୁ ସେଠୀ, ଅର୍ଚ୍ଚନା ବେହେରାଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀ ଯୋଗଦେଇ ବଦଳି ହୋଇଥିବା ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଯେଉଁଭଳି ଭାବେ ଶିକ୍ଷକ ସମାଜର ବହୁବିଧ ସମସ୍ୟାର ସମାଧାନ ଠାରୁ ଆରମ୍ଭ କରି ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଲାଗି ନିରବିଚ୍ଛିନ୍ନ ତ୍ୟାଗ, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବାତ୍ସଲ୍ୟ ମନୋଭାବ, ନିଷ୍ଠାପର କାର୍ଯ୍ୟଦକ୍ଷତା, ଶାସନଗତ କ୍ଷମତା, ଦୈନନ୍ଦିନ କାର୍ଯ୍ୟ ସୁପରିଚାଳନା ଇତ୍ୟାଦି ଶିକ୍ଷାକଲ୍ୟାଣ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସଦୃଶ ବୋଲି ପ୍ରକାଶ କରିବା ସହ ସେମାନେ ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ପ୍ରକାଶ କରିବା ସହ ତାଙ୍କର ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବଦଳି ହୋଇଥିବା ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ରଙ୍କୁ ଆସିକା ଶିକ୍ଷାବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ଉପଢୌକନ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆର୍ସିିସି ସରୋଜ କୁମାର ପ୍ରଧାନ, ରଂଜିତା ପାତ୍ର, ହରିବନ୍ଧୁ ବେହେରା, ଶିଶିରକାନ୍ତ ବେହେରା, ଟୁଲୁ ସେଠୀ, ରାଧାମୋହନ ଡାକୁଆ, ଚନ୍ଦ୍ରଶେଖର ସ୍ୱାଇଁ, ଅର୍ଚ୍ଚନା ବେହେରା, ଚିତ୍ରସେନ ସେଠୀ, ସୌଦାମିନୀ ଗୋତା, ନାରାୟଣ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ କେ.ଶ୍ରୀନିବାସ ରାଓ, ଅନିଲ୍ କୁମାର ଜେନା, ଚିନ୍ମୟ ପ୍ରଧାନ, ଆଶୁତୋଷ ମହାନ୍ତି, ମନୋଜ କୁମାର ବିଶ୍ୱାଳ, ସୋମନାଥ ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ଭାଗ୍ୟଲତା ଲେଙ୍କା, ହେମନ୍ତ ରଥ, ମନ୍ଦାକିନୀ ରଥ, ଅମୂଲ୍ୟ କୁମାର ଦାଶ, ସୌଭାଗ୍ୟବତୀ ଦେବୀଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷା ବିଭାଗର ପଦାଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

 
             
						 
						 
						 
						 
						 
						
