ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂଗ୍ ସ୍ଥିତ ଆଞ୍ଚଳିକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର 2013-14 ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବରିଷ୍ଠ ଶିକ୍ଷୟିତ୍ରୀ ଓଷାରାଣୀ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଏସ୍ .ରାମେଶ୍ବର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମିତିସଭ୍ୟା ମମତା ଭୋଳ ଯୋଗ ଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ ଶିକ୍ଷକ ନାରାୟଣ ସ୍ବାଇଁ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ବିପିନ ବିହାରୀ ପ୍ରଧାନ, ଗଣେଶ ସାହୁ, ପି.ବିଜୟ କୁମାର ପାତ୍ର,ସୁଦର୍ଶନ ଗୌଡ, ମିଥୁନ ସାହୁ, ପ୍ରତାପ ବେହେରା,ମାନସ ବେହେରା, ଗିରିଜା ଶଙ୍କର ସାହୁ, ଶିକ୍ଷୟିତ୍ରୀ ଅମ୍ରିତା କୁମାରୀ ମଲ୍ଲିକ,ଜର୍ଜିନା କୁମାରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଫୁଲ ଚନ୍ଦନ ଓ ଉପଢୌକନ ଦେଇ ପ୍ରାକ୍ତନ ଛାତ୍ର ଛାତ୍ରୀମାନେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ରାହୁଲ କୁମାର ସ୍ୱାଇଁ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ଶିକ୍ଷକ ଅଶୋକ କୁମାର ଗୌଡ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ I ଶିକ୍ଷକ ରାଜେନ୍ଦ୍ର କୁମାର ବିଷୋୟୀ ସଭାମଞ୍ଚ ପରିଚାଳନା କରିଥିବା ବେଳେ ରଘୁମଣୀ ନାୟକ ଏବଂ 2013-14 ଶିକ୍ଷା ବର୍ଷ ର ଛାତ୍ର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I