ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବୌଦ୍ଧ ବିହାର ପରିଦର୍ଶନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ପ୍ରାଚୀନତମ ବୌଦ୍ଧ କିର୍ତ୍ତୀରାଜି ଭାବେ ପରିଚିତ ଷୋଳମପୁରକୁ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ପରିଦର୍ଶନ କରିଛନ୍ତି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ହାତପାଣ୍ଠିରୁ ସମ୍ପୂର୍ଣ୍ଣ ବୌଦ୍ଧ ବିହାର ଆଲୋକୀକରଣ ହେବବୋଲି ପରିଦର୍ଶନ ସମୟରେ ଶ୍ରୀ ସାମଲ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ସହିତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବୌଦ୍ଧ ମୂର୍ତ୍ତି ଗୁଡିକର ସୁରକ୍ଷା ଉଦ୍ୟାନ ନିର୍ମାଣ ଓ ସୂଚନା ଫଳକ ପାଇଁ ଶ୍ରୀ ସାମଲ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ଗବେଷକ ବିଶ୍ୱମ୍ବର ରାଉତ, ଟ୍ରଷ୍ଟି କମଳାକାନ୍ତ ନାୟକ, ନରେନ୍ଦ୍ର ରାୟ, ଅରବିନ୍ଦ ନାୟକ, ନିଶିକାନ୍ତ ଜେନା, ପ୍ରଫୁଲ୍ଲ ନାୟକ, ସୁରଥ ଦାସ, ଗଜେନ୍ଦ୍ର ଦାସ ପ୍ରମୁଖ ବୌଦ୍ଧ ବିହାର ଉନ୍ନତି ନେଇ ଶ୍ରୀ ସାମଲଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ ।