ପ୍ରାକ୍ତନ ବିଡ଼ିଓଙ୍କୁ ଶ୍ରଦ୍ଧାଞ୍ଜଳି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ପୂର୍ବତନ ବିଡ଼ିଓ ତଥା ବିଶିଷ୍ଟ ସାହିତ୍ୟିକ ବନମାଳୀ ତରାଇଙ୍କ ଗତକାଲି  ପରଲୋକ ହୋଇଛି। ସ୍ବର୍ଗତ ତରାଇଙ୍କ ମୃତ୍ୟୁ ଖବର ମିଳିବା ପରେ ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ବିଡ଼ିଓ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ହିସାବ ଅଧିକାରୀ ଗିରିଜା ଶଙ୍କର ସାହୁ, ହିସାବ ରକ୍ଷକ ଗୌରାଙ୍ଗ ଚରଣ ପ୍ରଧାନ, ଭାରପ୍ରାପ୍ତ ଗ୍ରାମ ପଂଚାୟତ ଅଧିକାରୀ ମୀନକେତନ ବାରିକ,  ଅଶୋକ ରାଉତ, ଲଚମନ ସୋରେନ ପ୍ରମୁଖ ଉପସ୍ଥିତ ରହି ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡା ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, କର୍ମଚାରୀ ସମୂହ ସ୍ବର୍ଗତ ତରାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଜଣାଇବା ସହ ଆତ୍ମାର ସଦଗତି କାମନା କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ