ପ୍ରାଚୀଗୁରୁ ଧର୍ମକ୍ଷେତ୍ରରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସ୍ଥିତ ସର୍ବଧର୍ମ ସମନ୍ୱୟର ପୀଠ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ) ଠାରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନରେ ଆଶ୍ରମ ପରିସରରେ ଗିରି ଗୋବର୍ଦ୍ଧନ ପୂଜା ଯଥାରୀତି ନୀତି ଅନୁଯାୟୀ ପାଳିତ ହୋଇ ଯାଇଛି।ଭକ୍ତ ଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ଆଶ୍ରମ ପରିସର କମ୍ପି ଉଠିଥିଲା। ବାବା ମଧୁସୂଦନ ଙ୍କ ଲିଖିତ ଗିରି ଗୋବର୍ଦ୍ଧନ ପୂଜା ର ମାହାତ୍ମ୍ୟ ଗୁଡିକ ଗୀତ ଆକାର ରେ ବାବାଜୀ ଦାମୋଦର ଦାସ ,ସୁଶ୍ରୀ ଶକୁନ୍ତଳା ଦାଶ, ସେବିକା ସବିତା ଦାସ, ଚରଣ ଭାଇ, ଅଭୟ ଭାଇ, ପ୍ୟାରୀ ଭାଇ, ବୀଣା ମା, ଲିତା ମା, ସୁକାନ୍ତ ଭାଇ, ଶିବ ଭାଇ,ରଞ୍ଜୁ ବାରିକ ପ୍ରମୁଖ ଗାନ କରିଥିଲେ।ଗୁରୁଦେବ ଙ୍କ ବିଗ୍ରହ ଓ ପାଦୁକା କୁ ଗିରି ଗୋବର୍ଦ୍ଧନ ପୀଠ କୁ ନିଆଯାଇ ଷୋଡଶ ଉପଚାର ରେ ପୂଜାର୍ଚ୍ଚନା କରାଯାଇଥିଲା ।ଏହି ପୂଜା ୧୯୫୦ ମସିହା ରେ ଗୁରୁଦେବ ଆରମ୍ଭ କରିଥିଲେ ଓ ସେହିଦିନ ଠାରୁ ଆଶ୍ରମ ରେ ପୂଜା ଚାଲି ଆସୁଛି ବୋଲି ସେବକ ପ୍ରୀତିରଞ୍ଜନ ଦାସ ପ୍ରକାଶ କରିଛନ୍ତି।ଉକ୍ତ ଦିନ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ମାନେ ମୁଣ୍ଡରେ ଜାମୁଡ଼ାଳ ଓ ଗାମୁଛା, ହାତରେ ବାଡ଼ି ଧରି ନିଜେ ସାଜ ସଜା ହୋଇ ଗୋପାଳ ଭାବେ ପରିଚୟ ଦେଇଥାନ୍ତି।ଭକ୍ତ ମାନଙ୍କ ଦ୍ୱାରା ଲଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଆଶ୍ରମ ରେ ଉକ୍ତ ପୂଜା ଦେଖିବାକୁ ବହୁ ସଂଖ୍ୟା ରେ ଭକ୍ତ ଙ୍କ ସମାଗମ ଘଟିଥିଲା।


