ପ୍ରାଚୀଗୁରୁ ଧର୍ମକ୍ଷେତ୍ର ରେ ଶରତ ରାସ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କ ଦ୍ଵାରା ପ୍ରତିଷ୍ଠିତ ପୁରୀ ଜିଲ୍ଲା ର ନୟାହାଟ ର ସର୍ବଧର୍ମ ସମନ୍ଵୟ ର ପୀଠ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି ଶରତ ରାସ ଉତ୍ସବ। ପବିତ୍ର କାର୍ତ୍ତିକ ମାସ ର ବଡ଼ ଏକାଦେଶୀ ଠାରୁ ପୂର୍ଣିମା ପର୍ଯ୍ୟନ୍ତ ଏଠାରେ ରାସ ଉତ୍ସବ ଅନୁଷ୍ଠିତ ହୋଇଥାଏ ବୋଲି ଭକ୍ତ ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି। ମଠ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଦିନ ସଂଧ୍ୟା ରେ ଅନୁଷ୍ଠିତ ଉକ୍ତ ଶରତ ରାସ ଉତ୍ସବ ରେ ଆଶ୍ରମ ର ସମସ୍ତ ଅନ୍ତେବାସି ଓ ଭକ୍ତମାନେ ଯୋଗ ଦେଉଛନ୍ତି।ପଞ୍ଚୁକ ପାଞ୍ଚଦିନ ଏଠାରେ ମା ବୃନ୍ଦାବତୀ ଙ୍କ ପୂଜା ସହିତ କଉଡ଼ି ଖେଳ ଅନୁଷ୍ଠିତ ହୋଇଥାଏ ଯାହା ଏକ ନିଆରା ପରମ୍ପରା ଭାବେ ରହିଆସିଛି। ରାସ ଉତ୍ସବ ପରେ ଠାକୁର ଙ୍କ ନିକଟରେ ଦହି ପଖାଳ ଓ ଖଇ ଭୋଗ ଲାଗି କରାଯାଇଥାଏ। ଶରତ ରାସ ଉତ୍ସବ ପାଇଁ ସମଗ୍ର ଆଶ୍ରମ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।


