ପ୍ରାଚୀନ ଗ୍ରୀକର ଶୟନ ପରମ୍ପରା
ଗ୍ରୀସରୁ ନିକଟରେ ବିଭିନ୍ନ ପୁରାତନ ତଥ୍ୟକୁ ବିଶେଷଜ୍ଞଗଣ ଉନ୍ମୋଚନ କରିଛନ୍ତି । ହଜାର ହଜାର ବର୍ଷର ପୁରୁଣା ଏହି ତଥ୍ୟରୁ ପ୍ରକାଶିତ ଯେ ସେ ସମୟରେ ଗ୍ରୀସରେ ଭିନ୍ନ ନୀତିନିୟମ ପ୍ରଚଳିତ ଥିଲା । ବିଶେଷ କରି ରାଜପରିବାର ସଦସ୍ୟ ତଥା କର୍ମଚାରୀମାନେ ପୂରା ରାତି ଉଜାଗର ରହୁଥିବାବେଳେ ଭୋର ବେଳା ହିଁ ଶୋଉଥିଲେ । ଦ୍ୱିପହର ସମୟରେ ଉଠି ନିତ୍ୟକର୍ମ ଶେଷ କରି ଭୋଜନ କରୁଥିଲେ। ରାଜଉଆସରେ ନୃତ୍ୟଗୀତର ଆସର ଜମୁଥିଲା । କେବଳ ବୟସ୍କା ଲୋକେ ହିଁ ରାତିବେଳା ଶୋଉଥିଲେ । ଏହି ନୀତିନିୟମରେ ବିରାଟ ପରିବର୍ତ୍ତନ ଆସିଲା ଯେତେବେଳେ ଅନ୍ୟ ରାଜ୍ୟ ସହ ଶତ୍ରୁତା ଆରମ୍ଭ ହେଲା । ଯୁଦ୍ଧବେଳେ ଦିନବେଳା ଉଜାଗର ରହିବା ନିୟମ ଥିଲା ସେ ସମୟରେ । ଯୁଗ ଅନୁସାରେ ନୀତିନିୟମ ପରିବର୍ତ୍ତନ ହୋଇଛି ବୋଲି ବିଶେଷଜ୍ଞଙ୍କ ମତ ।


