ପ୍ରାଚୀରରେ ବିଭିନ୍ନ ଚିତ୍ରପଟ୍ଟ ଦ୍ୱାରା ପାରଳାରେ କରୋନା ସଚେତନତା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରରେ କରୋନା ସଚେତନତାକୁ ନେଇ ବିଭିନ୍ନ ସରକାରୀ କୋଠାବାଡିର ପ୍ରାଚୀରରେ ଚିତ୍ରପଟ୍ଟ ଅଙ୍କା ଯାଇଥିବାର ଦେଖିବାକୁ ମିଳିଛି । ଅର୍ବାନ ୱେଜ ଏମ୍ପେ୍ଲାମେଣ୍ଟ ଇନିସିଏଟିଭ୍ ଯୋଜନାରେ ଏହି ସବୁ କାର୍ଯ୍ୟକ୍ରମ ହେଉଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ସହରାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଚିତ୍ରକର ମାନଙ୍କୁ ଜୀବିକା ନିର୍ବାହକରିବା ପାଇଁ ଏଭଳି ଚିତ୍ରକଳା ଆଙ୍କିଥିବାର ଜଣାପଡିଛି । ଉକ୍ତ କରୋନା ସଚେତନତା ଚିତ୍ର ମଧ୍ୟରେ ଦର୍ଶା ଯାଇଛି ଯେ କିଭଳି ସମଗ୍ର ଦେଶକୁ କରୋନା କବଳିତ କରିଛି, କରୋନା ସମୟରେ କିଭଳି କରୋନା ଯୋଦ୍ଧାମାନେ କେଉଁମାନେ ରହିଛନ୍ତି, ଭାରତକୁ କରୋନାରୁ ବଞ୍ଚାଇବାପାଇଁ କିପରି ଭାରତମାତା ନିଜ ସନ୍ତାନକୁ କୋଳେଇ ନେଇଛନ୍ତି । କରୋନାକୁ କିପରି ରୋକି ହେବ ଆଦି ସମ୍ପର୍କେ ବାର୍ତ୍ତା ବହନ କରୁଥିବା ଚିତ୍ର ପଟ୍ଟ ଅଙ୍କା ଯାଇଛିି । ଏଭଳି ଚିତ୍ର କାର୍ଯ୍ୟକ୍ରମ ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବାର୍ତ୍ତାମାନ ନେଇ ସୁନ୍ଦର ସୁନ୍ଦର ଚିତ୍ର କରାଯାଇଥିବାର ଦେଖିବାକୁ ମିଳୁଛି । ଏପରି କାର୍ଯ୍ୟକ୍ରମ ଆଗାମୀ ଦିନ ମାନଙ୍କରେ ମଧ୍ୟ ଚାଲୁ ରହିବ ଏବଂ ସହରାଞ୍ଚଳର ସମସ୍ତ ଶ୍ରମଭିତ୍ତିକ ଅନୁଯାଇ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇ ପ୍ରତ୍ସାହନ ଦିଆଯିବ ବୋଲି ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସୂଚନା ଦେଇଛନ୍ତି ।