ପ୍ରାଚୀ ଉପତ୍ୟକା ରେ ଦୋଳ ଉତ୍ସବ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ ) :-ପ୍ରାଚୀ ଉପତ୍ୟକା ରେ ଦୋଳ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ର ତୁଳସୀପୁର ନିକଟସ୍ଥ ସଭା ମଣ୍ଡପ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଚତୃଦର୍ଶି ତିଥିରେ ଚାରି ଠାକୁର ସୁସଜ୍ଜିତ ବିମାନରେ ଆସି ସଭ।ମଣ୍ଡପ ଠାରେ ପହଞ୍ଚିଥିଲେ ।ସେଠାରେ ଦୋଳ ପୁର୍ଣିମା ତିଥି ର ପ୍ରାତଃ ରେ ହରି ହର ଭେଟ ମେଳଣ ଅନୁଷ୍ଠିତ ହୋଇଥିଲା। ହରି ଭାବେ ମାଧବ ର ମାଧବାନନ୍ଦ , ଛଣିଜଙ୍ଗର ରାଧାକାନ୍ତ ଠାକୁର ଯୋଗ ଦେଇଥିବା ବେଳେ ହର ଭାବେ ପ୍ରଭୁ ଅମରେଶ୍ୱର ଓ ବନ୍ଦେଶ୍ୱର ଶମ୍ଭୁ ଯୋଗ ଦେଇଥିଲେ ।ହରିହର ଭେଟ ଉତ୍ସବ ସରିବା ପରେ ଚାରି ଠାକୁର ସଭାମଣ୍ଡପ ଉପରେ ଏକାଠି ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଦୋଳ ପୂର୍ଣ୍ଣିମା ତିଥି ରେ ଏକତ୍ର ହରି ହର ଠାକୁର ଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ସେହିପରି ଭୋଦର ଗ୍ରାମରେ ହରିହର ଭେଟ ମେଳା ହୋଇଥିଲା ।ବିଶିମାତ୍ରି ର ହର ଙ୍କ ସହିତ ଠାକୁର ପାଟଣା ର ରାଧା ବିନୋଦ ,ରାଧା ମାଧବ ,ଶ୍ୟାମ ରାୟ ଗୋପୀନାଥ, କୁଞ୍ଜ ବିହାରୀ ପ୍ରଭୁତି ଏଗାର ରୁ ଅଧିକ ଦୋଳ ବିମାନ ଆସି ବିଭିନ୍ନ ସ୍ଥାନରେ ଭୋଗ ଖାଇସାରିବା ପରେ ରାୟ ଚୁଡ଼ା ମଣୀ ପରିବାର ଙ୍କ ମେଳଣ ପଡିଆ ରେ ଏକତ୍ରିତ ହୋଇଥିଲେ । ହରି ହର ଭେଟ ଉତ୍ସବ ପରେ ମେଣ୍ଢା ପୋଡ଼ି ଉତ୍ସବ ହୋଇ ଠାକୁର ମାନେ ନିଜ ନିଜର ମନ୍ଦିର କୁ ଫେରି ଥିଲେ। ଠାକୁର ମାନଙ୍କୁ ନିମ୍ବ ପିତା ଭୋଗ ଲାଗି କରାଯାଇଥିଲା । ସଂଧ୍ୟାରେ ଝୁଲଣ ମଣ୍ଡପ ଠାରେ ଠାକୁର ମାନଙ୍କ ନିକଟରେ ନୂଆ ପାଞ୍ଜି ପାଠ କରାଯାଇଥିଲା। ହରି ହର ଭେଟ ଉତ୍ସବ ଦେଖିବାକୁ ସଭ।ମଣ୍ଡପ ଓ ଭୋଦର ଗ୍ରାମ ରେ ବହୁ ଜନ ସମା ଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ