ପ୍ରାଚୀ ଉପତ୍ୟକା ରେ ଦୋଳ ଉତ୍ସବ ର ଶୁଭାରମ୍ଭ

ନିମାପଡା, (ସନ୍ତୋଷ ଦାଶ):ଆଜି ଫଗୁ ଦଶମୀ ତିଥି। ପାରମ୍ପରିକ ପ୍ରଥା ଅନୁସାରେ ଆଜି ଠାରୁ ପ୍ରାଚୀ ଉପତ୍ୟକା ଅଞ୍ଚଳରେ ଦୋଳ ଉତ୍ସବ ର ଶୁଭାରମ୍ଭ ହୋଇଛି। ଦୋଳ ଉତ୍ସବ ରେ ଅଂଶ ଗ୍ରହଣ କରୁଥିବା ଠାକୁର ମାନଙ୍କ ଚଳନ୍ତି ପ୍ରତିମାଙ୍କୁ ମନ୍ଦିରର ଗର୍ଭଗୃହ ଭିତରୁ ବାଜା ବଜାଇ ,ବାଣ ଫୁଟାଇ ବାହାରକୁ ଅଣାଯାଇ ଠାକୁରଙ୍କ ସ୍ଵ ସଜ୍ଜିତ ମଣି ବିମାନରେ ବିଜେ କରାଯାଇ ଠାକୁରଙ୍କୁ ଲିଆ, ହୁଡୁମ୍ବ, ଖଇ ,କଦଳୀ ,ଶାକର ଉଖୁଡା, ଚଣା, ଭୋଗ ଲାଗି କରାଯିବା ସହିତ ଠାକୁର ମାନଙ୍କୁ ଅବିର (ଫଗୁ) ଲାଗି କରାଯାଇଥିଲା। ଠାକୁର ମାନଙ୍କୁ ଆଜି ଅବିର ଲାଗି କରାଯାଉଥିବାରୁ ଆଜି ଦିନ କୁ ଫଗୁ ଦଶମୀ ବୋଲି କୁହାଯାଇଥାଏ। ଆସନ୍ତା କାଲି ଠାରୁ ଠାକୁରମାନଙ୍କ ଦ୍ୱାରୀ ଭୋଗ ଖିଆ ଆରମ୍ଭ ହେବ। ଗୁରୁବାର ଠାରୁ ଠାକୁର ମାନେ ସ୍ୱ ସ୍ୱ ବିମାନରେ ବସି ଗାଁ ଗାଁ ବୁଲି ଘର ଘର ଭକ୍ତ ମାନଙ୍କ ଦାଣ୍ଡରେ ଭୋଗ ଖାଇବେ।ଗାଁ ସବୁ ଉତ୍ସବ ମୁଖର ହୋଇପଡିବ। ହୋଲି ପରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହେବ। ଠାକୁର ମାନେ ସ୍ଵ ସ୍ଵ ମନ୍ଦିରରେ ପ୍ରବେଶ କରିବେ।ଶେଷ ହେବ ଦୋଳ ଉତ୍ସବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ