ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ ପଠନ

ନିମାପଡ଼ା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନୟାହାଟ ସ୍ଥିତ ସର୍ବଧର୍ମ ସମନ୍ୱୟ ର ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର( ନୂଆ ମଠ) ଠାରେ ଚଳିତ ମାସ ୧୮ ତାରିଖ ରୁ ପବିତ୍ର କାର୍ତ୍ତିକ ଅବକାଶ ପଠନ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନ ରେ ଶ୍ରୀ କୃଷ୍ଣ ନାଟ ମନ୍ଦିର ପରିସରରେ ଚାଲିଛି।ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କ ଲେଖନୀରୁ ଝରି ଆସିଥିବା ମା ‘ଶ୍ୟାମାକାଳୀ, ଦୁର୍ଗାମାଧବ, କଳକୀରାମ, ମା’ଚର୍ଚ୍ଚିକା,ମା ‘ଶାରଳା,ମା’ ସମଲେଶ୍ୱରୀ, ମା ‘ବିମଳା, ମା’ରାଧାରାଣୀ, ଗୋଷ୍ଟଚନ୍ଦ୍ରମା, ମା’ବିରଜା ଙ୍କ ସମେତ ବହୁ ଦେବା ଦେବୀ ଙ୍କ ଅବକାଶ ଭଜନ ଗୁଡିକ ସେବିକା ସବିତା ଦାସ, ଅନୁ ମା, ବାସନ୍ତୀ ମା, ବୀଣା ମା, ଲତିକା ମା, ପ୍ୟାରୀ ମୋହନ ସାହୁ, ରାଜୁ ଭାଇ, ଶ୍ରୀ ଚରଣ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଓଝା, ବାବାଜୀ ପୂର୍ଣ୍ଣା ନନ୍ଦ ଦାସ, ବିଦୁର ଭାଇ, ଅନାମ ଭାଇ, ସୁକାନ୍ତ ଭାଇ ପ୍ରମୁଖ ଗାୟନ କରୁଛନ୍ତି। ଏହି ଅବକାଶ ପଠନ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ଚାଲୁରହିବ ବୋଲି ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି। ଆଶ୍ରମ ରେ ଏହି କାର୍ତ୍ତିକ ମାସରେ ୧୫ ଗୋଟି ମନ୍ଦିର ରେ କେବଳ ଖଇ ଓ ଦହି ଭୋଗ ଲାଗି ହୋଇଥାଏ। ପରେ ପରେ ବିଶ୍ୱ ର ମଙ୍ଗଳ ପାଇଁ ସମସ୍ତ ଭକ୍ତ ମାନେ ସମୂହ ବିଶ୍ୱ ଶାନ୍ତି ପ୍ରାଥନା କରିଥାନ୍ତି ବୋଲି କହିଛନ୍ତି ମଠର ମୁଖ୍ୟ ବାବାଜୀ ଦାମୋଦର ଦାସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ