ପ୍ରାଚୀ ତଟ ରେ ମହା ଆଳତୀ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ପବିତ୍ର ପୌଷପୂର୍ଣ୍ଣିମା। ଏହି ଅବସର ରେ ପୂଣ୍ୟତୋୟା ପ୍ରାଚୀ ତଟ ରେ ସାଧୁସନ୍ଥ,ଧର୍ମାବଲମ୍ବୀ ବ୍ୟକ୍ତି ମାନଙ୍କ ଦ୍ଵାରା ମହାଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ବନ୍ଦେଶ୍ୱର ଗ୍ରାମ ଠାରେ ପ୍ରାଚୀ ନଦୀ କୂଳରେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଏହି ମହା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାଚୀ ନଦୀ ଗଙ୍ଗା ନଦୀ ଠାରୁ ସହସ୍ର ବର୍ଷ ବଡ ବୋଲି ପ୍ରାଚୀମହାତ୍ମ୍ୟ ରେ ବର୍ଣ୍ଣନା ରହିଛି। ଏଥି ସହିତ ପ୍ରାଚୀ ନଦୀ କୂଳରେ ଦ୍ୱାଦଶ ମାଧବ, ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ଶକ୍ତି ପୀଠ ମାନ ରହିଛି। ପୁଷ୍ୟ ପୂର୍ଣ୍ଣିମା ରେ ନଦୀ ତଟ ରେ ଆଳତୀ କଲେ ସବୁ ଦେବଦେବୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କହିଛନ୍ତି ପଣ୍ଡିତ ତ୍ରିଲୋଚନ ମିଶ୍ର। ଏହି କାରଣରୁ ଗତ କିଛି ବର୍ଷ ହେଲା ଏଠାରେ ମହା ଆଳତୀ ଅନୁଷ୍ଠିତ ହୋଇଆସୁଛି। ଏହି କାର୍ଯ୍ୟକ୍ରମ ରେବାବା ଜାପାନୀ ଦାସ, ରଶ୍ମି ରଞ୍ଜନ ଦାଶ, ଅମୂଲ୍ୟ ମିଶ୍ର ଙ୍କ ସହିତ ଶତାଧିକ ସାଧୁସନ୍ଥ, ପ୍ରଭୂ ବନ୍ଦେଶ୍ୱର ଙ୍କ ପୂଜକ, ସ୍ଥାନୀୟ ଧର୍ମ ପରାୟଣ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।