ପ୍ରାଚୀ ନଦୀ ର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି

ନିମାପଡା,  (ସନ୍ତୋଷ ଦାଶ) :-ପୁଣ୍ୟତୋୟା ପ୍ରାଚୀ ନଦୀ ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲା ଦେଇ ପ୍ରବାହିତ ହୋଇ ଶେଷରେ ଅସ୍ତରଙ୍ଗ ର କେଉଟଜଙ୍ଗା ଠାରେ ବଙ୍ଗୋପ ସାଗର ରେ ମିଶିଅଛି। ଅତୀତ ରେ ପ୍ରାଚୀ ନଦୀ ସୁନାବ୍ୟା ଥିଲା । ଏହି କାରଣରୁ ଏହାର ଦୁଇ ପାଶ୍ଵରେ ବହୁ ଜନବସତି ଗଢି ଉଠିବା ସହିତ ଶହ ଶହ ସଂଖ୍ୟା ରେ ମଠ, ଆଶ୍ରମ,ଗଡ଼, ମନ୍ଦିର, ପ୍ରଭୃତି ନିର୍ମାଣ ହୋଇଥିଲା।ଜଗନ୍ନାଥ ସଂସ୍କୃତି ସହିତ ଏହି ନଦୀ ର ରହିଛି ନିବିଡ ସମ୍ପର୍କ । ସରକାର ଙ୍କ ଉଦାସୀନତା ତଥା କେତେକ ଖଳ ପ୍ରକୃତି ର ଲୋକ ମାନେ ଏହାର ଶଯ୍ୟା କୁ ଜବରଦଖଲ କରିବା କାରଣ ରୁ ଏହି ନଦୀ ଏବେ ତାର ଅସ୍ଥିତ୍ଵ ହରାଇବାକୁ ବସିଛି। ଏହାର ଦୁଇ ପାଶ୍ଵ ରେ ଥିବା ଶହଶହ ପୁରାତନ କୀର୍ତ୍ତିରାଜି ଏବେ ଧ୍ଵଂସ ପାଇବାକୁ ବସିଛି । ପ୍ରାଚୀ ନଦୀ ଓ ତାର ସଂସ୍କୃତି କୁ ପୁନଃଉଦ୍ଧାର କରିବାକୁ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ସବୁ ସମୟରେ ଉଦ୍ୟମ କରିଆସିଛି। ଏବେ ଭୁବନେଶ୍ୱର ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତ ଙ୍କୁ ସାକ୍ଷାତ କରି ପ୍ରାଚୀ ନଦୀ ର ପୁଃନଉଦ୍ଧାର କରିବାକୁ ଦାବି କରିଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ ଙ୍କ ଏହି କାର୍ଯ୍ୟ କୁ ଏକ ସାମ୍ୱାଦିକ ସମ୍ମିଳନୀ ଡ଼ାକି ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପ୍ରଶଂସା କରାଯିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ ଶୈବପୀଠ ସମେଶ୍ୱର ଠାରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ପରିଷଦରଆବା ହକ ପଣ୍ଡିତ ତ୍ରିଲୋଚନ ମିଶ୍ର,କାର୍ଯ୍ୟକାରୀ ସଭାପତି କାଳୀ ପ୍ରସାଦ ସ୍ଵାଇଁ, ଶିକ୍ଷାବିଦ ସନ୍ତୋଷ ମିତ୍ର, ରାଧାଶ୍ୟାମ ପ୍ରଧାନ, ରାଜକିଶୋର ରାଉତ, ଛବିନ୍ଦ୍ର ପାତ୍ର, ତପନ ମିଶ୍ର, ବୈକୁଣ୍ଠ ନାଥ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ