ପ୍ରାଚୀ ସନ୍ଦର୍ଭ ପୁସ୍ତକ ଲୋକାର୍ପିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁଣ୍ୟତୋୟା ପ୍ରାଚୀ ନଦୀ ସମ୍ପର୍କ ରେ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ତ୍ରିନାଥ ପଟ୍ଟନାୟକ ଙ୍କ ଦ୍ଵାରା ଲିଖିତ ପୁସ୍ତକ ପ୍ରାଚୀ ସନ୍ଦର୍ଭ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ କର କମଳ ରେ ଲୋକାର୍ପଣ ହୋଇ ଯାଇଛି। ପ୍ରାଚୀ ପରିକ୍ରମା ପଦଯାତ୍ରା ସମୟ ରେ ନୂଆଗାଁ ସ୍ଥିତ ରାଧାକାନ୍ତ ମଠ ଠାରେ ପଦଯାତ୍ରୀ ସାଧୁ ସନ୍ଥ ମାନେ ବିଶ୍ରାମ ନେଇଥିବା ବେଳେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ସମୟ ରେ ମହାରାଜା ଙ୍କ ସହିତ ସ୍ୱାମୀ ସୁଧାନନ୍ଦ ଗିରି, ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ବାବା ଦାମୋଦର ଦାସ, ରାମକୃଷ୍ଣ ଦାସ, ମହନ୍ତ ଦିବ୍ୟକୃଷ୍ଣ ଦାସ, ସତ୍ୟାନନ୍ଦ ଦାସ, ବାବା ରାମ ଦାସ, ପ୍ରାଚୀ ଗବେଷକ ହଂସ ନାଥ ସାହୁ, ଶିକ୍ଷାବିତ ଅଶୋକ କୁମାର ରାୟ, ବିଜେପିର ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଆଡଭୋକେଟ ମହାପାତ୍ର ଧରଣୀ ଧର ପଣ୍ଡା,ସମାଜସେବୀ ନ୍ୟାୟବ୍ରତ ରାଉତ, ଡ଼କ୍ଟର ତ୍ରିନାଥ ପଟ୍ଟନାୟକ, ଡାକ୍ତର କୈଳାଶ ଚନ୍ଦ୍ର ପାଣି, ପ୍ରଭାକର ଦିକ୍ଷୀତ, ପିତାମ୍ବର ରାଉତ ପ୍ରମୁଖଙ୍କ ସମେତ ଅନେକ ସାଧୁସନ୍ଥ, ପ୍ରାଚୀ ପ୍ରେମୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।