ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଓ କବିତା ପାଠୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସର ରେ ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଜୟଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ଓ କବିତା ପାଠୋତ୍ସବ ର ଆୟୋଜନ କରାଯାଇଥିଲା। ସଂସଦ ର ସଭାପତି ପ୍ରଫେସର ଗୋପୀନାଥ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଡଃ. ବଂଶୀଧର ଷଡ଼ଙ୍ଗୀ ଯୋଗଦେଇଥିଲେ। ଅଧ୍ୟାପକ ନିରୋଦ କୁମାର ତ୍ରିପାଠୀ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଡଃ. ସନ୍ତୋଷ ମିତ୍ର ସାହିତ୍ୟ ସଂସଦ ର କାର୍ଯ୍ୟାବଳୀ ସମ୍ପର୍କ ରେ ଆଲୋକପାତ କରିଥିଲେ। ସନାତନ ପାତ୍ର,ଚନ୍ଦ୍ରକାନ୍ତ ଦଳାଇ, ବନ ବିହାରୀ ଦାଶ, ରବୀନ୍ଦ୍ର ନାଥ ବାହିନୀ ପତି, ଗିରିଜା କାନ୍ତ ଦାଶ, ଶରତ କୁମାର ପ୍ରଧାନ, ଦ୍ୱିଜବର ମୁଦୁଲି, ବସନ୍ତ ପାତ୍ର, କୈଳାଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଓଡ଼ିଆ ନବବର୍ଷ,ମହାବିଷୁବ ସଂକ୍ରାନ୍ତି,ବିଷୁବ ମିଳନ ଉତ୍ସବ ସମ୍ପର୍କ ରେ ଆଲୋକପାତ କରିଥିଲେ। ସଂସଦ ପକ୍ଷରୁ ସ୍ଥାନୀୟ ଅଞ୍ଚଳ ର କିଛି ପ୍ରତିଭା ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସ୍ୱର୍ଗତ ପ୍ରାଧ୍ୟାପକ କବି ମନମୋହନ ଦାଶ ଙ୍କୁ ମରଣୋତ୍ତର ଭାବେ ସାରସ୍ଵତ ସମ୍ମାନ ତାଙ୍କ ପତ୍ନୀ ଚପଳା ଦାଶ ଙ୍କୁ ପ୍ରଦାନ କରାଯାଇଥିଲା।ଶେଷରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କବି ମାନେ ସ୍ୱ ସ୍ୱ ରଚିତ କବିତା ପାଠ କରିଥିଲେ। ଏହି କବିତା ପାଠୋତ୍ସବ କୁ କୋଣାର୍କ ସାହିତ୍ୟ ସଂସଦ ର ସଂପାଦକ ରବୀନ୍ଦ୍ର ନାଥ ବାହିନୀପତି ସଂଯୋଜନା କରିଥିଲେ। ଏହି ଉତ୍ସବ ରେ ବିଭିନ୍ନ ଅଞ୍ଚଳ ର ବୁଦ୍ଧିଜିବୀ ,ସାହିତ୍ୟାନୁରାଗୀ, ସଂସ୍କୃତିପ୍ରେମୀଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ