ପ୍ରାଚୀ ସାହିତ୍ୟ ସମାଜ
କଟକ, (ଯୁଗାବ୍ଦ ନ୍ୟୁଜ):ପ୍ରାଚୀ ସାହିତ୍ୟ ସମାଜ ତରଫରୁ ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ ଭୂତି ଭକ୍ତି ବିଭୂତି ପୁସ୍ତକ ପାଇଁ ୨୦୨୪ ମସିହା ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାର ପାଇଁ ମନୋନିତ ହେଇଛନ୍ତି । ପ୍ରଫେସର ସାମଲଙ୍କର ଓଡିଆ ସାହତ୍ୟିକୁ ତାଙ୍କର ଅବଦାନ ପାଇଁ ପ୍ରାଚୀ ସାହିତ୍ୟ ସମାଜର ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌ଼କନ ସହ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ଅଦିତ୍ୟ ପ୍ରତାପ ଧଳ, ଅଶ୍ୱନି ସେଠୀ ଓ ଡକ୍ଟର ବିଭୁଦତ୍ତ ଖଣ୍ଡାୟତରାୟ ତାଙ୍କ ବାସଭବନରେ ଭେଟି ପ୍ରଫେସର ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


