ପ୍ରାଣନାଥ ଥିଲେ ବହୁମୁଖି ପ୍ରତିଭା ସହିତ ଏକ ଅନୁଷ୍ଠାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସ୍ଥାନୀୟ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ପ୍ରାଣନାଥ ସ୍ମୃତି ସନ୍ଧ୍ୟା ଓ ସମ୍ମାନ ପ୍ରଦାନ ୨୦୨୪ ସଂଯୋଜକ ଡ଼ ମୃତୁଞ୍ଜୟ ରଥଙ୍କ ସଂଯୋଜନା ଓ ପ୍ରାଣନାଥ ସ୍ମୃତି ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ ଉଦଘାଟକ ଭାବେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ, ବରଣ୍ୟ ଅତିଥି ଭାବେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ଵନାଥ ରଥ, ମୁଖ୍ୟବକ୍ତା ଭାବେ ପ୍ରତିଷ୍ଠାତା, ଅଧ୍ୟକ୍ଷ ଆମ ଓଡ଼ିଆ ଓ ସମ୍ବାଦ ସୌମ୍ୟ ରଞ୍ଜନ ପଟନାୟକ, ସଭାପତି ଭାବେ ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ ଉପାଧ୍ୟକ ନୂଆଦିଲ୍ଲୀ ଦୀପକ ମାଲବ୍ୟ ଯୋଗ ଦେଇ ସ୍ବର୍ଗତ ପଟନାୟକଙ୍କ ଦେଶପ୍ରେମ, ଗରିବ, କୃଷକ,ଚାଷୀ ତଥା ବିଶିଷ୍ଟ ଶିକ୍ଷାବିତ, ସାମ୍ୟବାଦୀ ଆନ୍ଦୋଳନର ମୁଖ୍ୟ ପୁରୋଧା, ସଂଗଠକ,ଉଜ୍ବଳ ବିଧାୟକ ବୋଲି ମତବ୍ୟକ୍ତ କରିଥିଲେ. ମହାମହିମ ରାଜ୍ୟପାଳ କହିଥିଲେ ଯେ ସେ ନିଜେ ଥିଲେ ଏକ ଅନୁଷ୍ଠାନ. ତାଙ୍କ ସେବା, ତ୍ୟାଗ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ. ମୁଖ୍ୟବକ୍ତା ସୌମ୍ୟ ରଞ୍ଜନ ପଟନାୟକ ଓ ସଭାପତି ଦୀପକ ମାଲବ୍ୟ ମତବ୍ୟକ୍ତ କରିଥିଲେ ଯେ ପ୍ରାଣନାଥ ଥିଲେ ସାମ୍ୟବାଦ, ସମାଜସେବା, ସାମ୍ବାଦିକତାର ମୂର୍ତ୍ତିମନ୍ତ ପ୍ରତୀକ.ନେତୃତ୍ୱ ଓ ପ୍ରତିରୋଧ କରିବାର ସାହସ ତାଙ୍କୁ ସ୍ୱତନ୍ତ୍ର ଭାବେ ଚିତ୍ରଣ କରିଥିଲା. ତାଙ୍କ ପରି ବ୍ୟକ୍ତିତ୍ୱଙ୍କ ସ୍ମୃତି ଚାରଣ କରିବା ପାଇଁ ଆମର ଯୋଗ୍ୟତା ଅଛି କି ବୋଲି ମତବ୍ୟକ୍ତ କରିଥିଲେ.ସମ୍ପାଦକ ଦିଲୀପ ହାଲି ଓ କାର୍ଯ୍ୟକାରି ସଭାପତି ଡ଼ ଅର୍ଚନା ନାୟକ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କ ରେ ସୂଚନା ଦେବା ସହ ତାଙ୍କ ଆଦର୍ଶରେ ଯୁବପିଢ଼ି ଆଗେଇ ଆସିବା ପାଇଁ କହିଥିଲେ. ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଗବେଷକ ନୃସିଂହ ଚରଣ ସାହୁ, ସାମ୍ବାଦିକତା, ପୂଜ୍ୟ ପୂଜା ତଥା ଓଡ଼ିଆ ଭାଷା ପାଇଁ ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି,ବିଶିଷ୍ଟ ସମାଜସେବୀ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଅଭିନୟ ପାଇଁ ନେଇନା ଦାସ,ସଂଗୀତ ପାଇଁ ଡ଼ ଅନୁସୂୟା ନାଥ, ଚିତ୍ର ଶିଳ୍ପ ପାଇଁ ସମୀର କୁମାର ରାଉତଙ୍କୁ “ପ୍ରାଣନାଥ ସ୍ମୃତି ସମ୍ମାନ ୨୦୨୪ “ପ୍ରଦାନ କରାଯାଇଥିଲା ବୋଲି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ