ପ୍ରାଣୀଧନ ଚିକିତ୍ସାଳୟରେ କୁକୁଡା ଚିଆଁ ବଣ୍ଟନ

ବୁଗୁଡା,( ଅନିଲ କୁମାର ମହାରଣା): ଜାତୀୟ ପ୍ରାଣୀଧନ ଯୋଜନା ମାଧ୍ୟମରେ ସ୍ତାନୀୟ ପ୍ରାଣୀଧନ ଚିକିତ୍ସାଳୟରେ ହିତାଧିକାରୀ ମାନଙ୍କୁ ମାଗଣା କୁକୁଡା ଚିଆଁ ବଣ୍ଟନ କରାଯାଇଛି l ଓଡିଶା ସରକାରଙ୍କ ଦ୍ଵାରା ଚିହ୍ନଟ ୧୦୨ ଜଣ ହରିଜନ, ଆଦିବାସୀ ଓ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବୁଗୁଡା ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ଭଗବତୀ ପ୍ରସାଦ ଦାଶଙ୍କ ତତ୍ୱାବଧାନରେ ୨୫ ଗୋଟି ଲେଖାଁଏ ବନରାଜ କୁକୁଡା ଚିଆଁ ବଣ୍ଟନ କରାଯାଇଛି l ହିତାଧିକାରୀଙ୍କୁ ରାତ୍ର ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୫୦୦ ଟଙ୍କା ଲେଖାଁଏ ୭ ଦିନ ମଧ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ ବୋଲି ଡାକ୍ତର ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ